www.samajalive.in
Saturday, December 13, 2025
14.1 C
Bhubaneswar

ବିଜେପିକୁ ହଟାଇବା ପର୍ଯ୍ୟନ୍ତ ‘ଖେଳ ହେବ’: ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ନିର୍ବାଚନ ସ୍ଲୋଗାନ ‘ଖେଲା ହୋବେ’ ବା ‘ଖେଳ ହେବ’ ନାରାକୁ ଜାତୀୟସ୍ତରରେ ପହଞ୍ଚାଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ମମତା ବିଜେପି ବିରୋଧରେ ଏହି ସ୍ଲୋଗାନ ଦେଇ ନିଜ ଦଳ ତୃଣମୂଳ କଂଗ୍ରେସ ପାଇଁ ବିପୁଳ ବିଜୟ ଆଣିଥିଲେ। ବୁଧବାର ତୃଣମୂଳ କଂଗ୍ରେସର ସହିଦ ଦିବସରେ ମମତା ନିଜ ସମର୍ଥକଙ୍କୁ ଆଭାସି ମାଧ୍ୟମରେ ସମ୍ବୋଧନ କରି ‘ଖେଳ ହେବ’ ନାରାକୁ ଦୋହରାଇଛନ୍ତି।

ମମତା କହିଛନ୍ତି, ବିଜେପି ଦେଶକୁ ଅନ୍ଧକାର ମଧ୍ୟକୁ ନେଇଯାଇଛି। ଦେଶରୁ ବିଜେପିକୁ ହଟାଇବା ଓ କେନ୍ଦ୍ର ଶାସନରୁ କ୍ଷମତାଚ୍ୟୁତ କରିବା ପର୍ଯ୍ୟନ୍ତ ‘ଖେଳ ହେବ’। ମମତାଙ୍କର ଆଜିର ଭାଷଣକୁ ବିଭିନ୍ନ ଆଞ୍ଚଳିକ ଭାଷାରେ ପରିବର୍ତ୍ତନ ପୂର୍ବକ ତାମିଲନାଡୁ, ଦିଲ୍ଲୀ, ପଞ୍ଜାବ, ତ୍ରିପୁରା, ଗୁଜରାଟ ଓ ଉତ୍ତରପ୍ରଦେଶରେ ପ୍ରସାରଣ କରାଯାଇଛି। ସେ କହିଛନ୍ତି ଯେ ଅଗଷ୍ଟ ୧୬ ତାରିଖକୁ ‘ଖେଳ ଦିବସ’ ଭାବେ ପାଳନ କରାଯିବ। ଏହିଦିନ ଗରିବ ପିଲାମାନଙ୍କୁ ଫୁଟବଲ୍‌ ବଣ୍ଟନ କରାଯିବ।

- Advertisement -

ଆସନ୍ତାବର୍ଷ ଗୁଜରାତରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏଠାରେ ମମତାଙ୍କ ଫଟୋ ଥିବା ପୋଷ୍ଟର ଦେଖିବାକୁ ମିଳିଛି। ଜୁଲାଇ ୨୧କୁ ତୃଣମୂଳ କଂଗ୍ରେସ ସହିଦ ଦିବସ ଭାବେ ପାଳନ କରେ। ୧୯୯୩ ଆଜିର ଦିନରେ ଯୁବ କଂଗ୍ରେସର ଶୋଭାଯାତ୍ରା ବେଳେ ପୁଲିସ ଗୁଳିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହି ଅବସରରେ ମମତା କେନ୍ଦ୍ର ସରକାରଙ୍କ ଗୁଇନ୍ଦା କାର୍ଯ୍ୟକୁ କଡ଼ା ସମାଲୋଚନା କରିଥିଲେ। ପେଗାସସ୍‌ ସ୍ପାଏୱେର ମାଧ୍ୟମରେ ସରକାରଙ୍କ ଗୁଇନ୍ଦାଗିରିକୁ ସମାଲୋଚନା କରି ମମତା କହିଛନ୍ତି ଯେ ସେ ନିଜ ଫୋନ୍‌କୁ ହ୍ୟାକ୍‌ରୁ ସୁରକ୍ଷା ଦେବା ଲାଗି ପ୍ଲାଷ୍ଟର କରିଦେଇଛନ୍ତି। ମମତା ତାଙ୍କ ମୋବାଇଲ ଫୋନକୁ ଦେଖାଇ କହିଛନ୍ତି ଯେ ‘ମୁଁ ମୋ ଫୋନ୍‌କୁ ପ୍ଲାଷ୍ଟର କରିଦେଇଛି। ଏହା ଅଡିଓ ହେଉ କି ଭିଡିଓ ମୋବାଇଲକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟର କରିଦେଇଛି।’ ଇସ୍ରାଏଲ ସଂସ୍ଥା ପେଗାସସ୍‌ ଦ୍ବାରା ହୋଇଥିବା ଗୁଇନ୍ଦା କାର୍ଯ୍ୟ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ ହସ୍ତକ୍ଷେପ କରନ୍ତୁ ବୋଲି ମମତା କହିଛନ୍ତି। ସ୍ବାଧୀନତା ଏବେ ବିପଦରେ। ବିଜେପି ଏଥିପାଇଁ ଦାୟୀ। ସେମାନେ ତାଙ୍କ ମନ୍ତ୍ରୀଙ୍କୁ ମଧ୍ୟ ବିଶ୍ବାସ କରୁ ନାହାନ୍ତି। ସେମାନେ କ୍ଷମତାର ଅପବ୍ୟବହାର କରୁଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories