ମମତାଙ୍କ ଦୁର୍ଗାପୂଜା ଉପହାର : ପ୍ରତି କମିଟିକୁ ଦେବେ ୨୫ହଜାର

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ରାଜ୍ୟର ସମସ୍ତ ଦୁର୍ଗାପୂଜା କମିଟି ମାନଙ୍କପାଇଁ ଉପହାର ରାଶି ଘୋଷଣା କରିଛନ୍ତି।  ଚଳିତ ବର୍ଷ ଦୂର୍ଗାପୂଜାରେ ପ୍ରତ୍ୟେକ ପୂଜା କମିଟିକୁ ସେ ୨୫ହଜାର ଟଙ୍କା ଲେଖାଏ ଦେବାପାଇଁ ଘୋଷଣା କରିଛନ୍ତି। ଏହାସହିତ ୨୫ପ୍ରତିଶତ ବିଦ୍ୟୁତ୍ ଶୁଳ୍କ ଛାଡ କରିବାପାଇଁ ମଧ୍ୟ କହିଛନ୍ତି।
ରାଜ୍ୟରେ ଥିବା ସମୁଦାୟ ୨୮ହଜାର ଦୁର୍ଗାପୂଜା କମିଟି ପାଇଁ ମମତା ଏହି ପୁରଷ୍କାର ରାଶି ଘୋଷଣା କରିଛନ୍ତି । ଗତବର୍ଷ ପ୍ରତ୍ୟେକ ଦୁର୍ଗାପୂଜା କମିଟିକୁ ସେ ୧୦ହଜାର ଟଙ୍କା ଲେଖାଏ ଦେଇଥିବାବେଳେ ଚଳିତ ବର୍ଷ ୧୫୦ପ୍ରତିଶତ ବୃଦ୍ଧି କରି ୨୫ହଜାର ଟଙ୍କା କରିଛନ୍ତି।
ସୂଚନା ଯୋଗ୍ୟ, ମମତା ବାନାର୍ଜୀ ଶୁକ୍ରବାର କୋଲକତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଦୁର୍ଗା ପୂଜା ସମିତିମାନଙ୍କ ସହ ହୋଇଥିବା ବାର୍ଷିକ ବୈଠକରେ ଯୋଗଦେଇଥିଲେ। ଏଠାରେ ହୋଇଥିବା ଏହି ବାର୍ଷିକ ବୈଠକକୁ ସମ୍ବୋଧିତ କରି ମମତା କହିଛନ୍ତି, ମୁଁ ଗତବର୍ଷ ପ୍ରତ୍ୟେକ ଦୁର୍ଗା ପୂଜା କମିଟି ପାଇଁ ୧୦ ଟଙ୍କା ଘୋଷଣା କରିଥିଲି । ଚଳିତ ବର୍ଷ ୨୫ହଜାର ଟଙ୍କା ଦୋବାପାଇଁ ନିଷ୍ପତ୍ତି ନେଇଛି। ଏନେଇ ମୁଁ ଅର୍ଥମନ୍ତ୍ରୀ ଅମିତ ମିତ୍ରାଙ୍କ ସହ ଆଲୋଚନା କରିସାରିଛି।
ଏହାବ୍ୟତୀତ କୋଲକାତା ପୁଲିସ ମହିଳାମାନଙ୍କ ଦ୍ବାରା ଆୟୋଜିତ ହେଉଥିବା ପୂଜା କମିଟିକୁ ୫ହଜାର ଟଙ୍କା ପ୍ରଦାନ କରିବେ।

kalyan agarbati

Comments are closed.