ମାଲକାନଗିରି : ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ଗୁରୁବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଘାଟି ତଳକୁ ଖସି ପଡିଲା କମାଣ୍ଡର ଜିପ । ମାତ୍ର ବଡ ଦୁର୍ଘଟଣାରୁ ଅଳ୍ପେକେ ବର୍ତ୍ତି ଯାଇଛନ୍ତି ୨୫ ରୁ ଅଧିକ ଯାତ୍ରୀ । କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ଆମଳିବେଡାରୁ କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ବାୟାପଡା ଘାଟି ତଳକୁ ଏହି ଜିପ୍ ଖସି ପଡିଛି । ଘଟଣାସ୍ଥଳରେ କୁଡୁମୁଲୁଗୁମ୍ମା ଅଗ୍ନିଶମ ବାହିନୀ ପହଁଚି ଗାଡି ଭିତରୁ ଆହତ ମାନଙ୍କୁ ଉଦ୍ଧାର କରିଛନ୍ତି। ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଏବେ ମଧ୍ୟ କିଛି ଯାତ୍ରୀ ଫସି ରହିଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ କରିବା ସହ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି ।
Popular Categories



