www.samajalive.in
Saturday, December 13, 2025
21.1 C
Bhubaneswar

ଛତିଶଗଡ଼ର ମହିଳା ମାଓବାଦୀ ମାଲକାନଗିରିରୁ ଗିରଫ, ୨ ଲକ୍ଷ ଟଙ୍କାର ଥିଲା ମୁଣ୍ଡ ଜାମିନ

ମାଲକାନଗିରି: ମାଲକାନଗିରି ଜିଲା ପୁଲିସ ଛତିଶଗଡ଼ର ଜଣେ ମହିଳା ମାଓବାଦୀଙ୍କୁ ଗିରଫ କରିଛି। ଏହି ମହିଳା ମାଓବାଦୀଙ୍କ ନାମରେ ସରକାର ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ବୋଲି କୋରାପୁଟ ଡିଆଇଜି ନୀତିଶେଖର ମାଲକାନଗିରି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ଼଼ ଘଟିଥିବା ବିଭିନ୍ନ ହିଂସାକାଣ୍ଡରେ ସଂପୃକ୍ତ ମାଓବାଦୀ ସାମିଲ ଥିବା ସେ ସୂଚନା ଦେଇଛନ୍ତି।

ଗତ ଗୁରୁବାର ଜିଲା ପୁଲିସ ତରଫରୁ ଏମ୍‌‌.ଭି. ୭୯ ଥାନା ଅନ୍ତର୍ଗତ କୁର୍ତି ଗ୍ରାମ ନିକଟ ଜଙ୍ଗଲରେ ତଲାସି ଅଭିଯାନ ସମୟରେ ସଂପୃକ୍ତ ମହିଳା ମାଓବାଦୀଙ୍କୁ କାବୁ କରାଯାଇଥିଲା। ପଚରା ଉଚୁରା ସମୟରେ ସଂପୃକ୍ତ ମାଓବାଦୀ ଛତିଶଗଡ଼଼ ବିଜାପୁର ଜିଲା ପୁଲହାର ଗ୍ରାମର ଅନ୍ତି ମାଡବି ଓରଫ ଲାକେ ବୋଲି ଜଣାପଡ଼ିଥିଲା। ୨୦୧୭ ମସିହାରେ ପଶ୍ଚିମ ବସ୍ତର ମାଓ ସଂଘରେ ସୁକରାମଙ୍କ ଦଳରେ ସାମିଲ ହୋଇଥିଲେ। ସେ ମାଓ ସଂଗଠନର ନେତାଦ୍ବୟଙ୍କ ଅଙ୍ଗରକ୍ଷୀ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ଗତ ୨୦୨୧ ମସିହାରେ ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ଗ୍ରାମ ନିକଟ ଜଙ୍ଗଲ ଓ ଟେମୁରୁପାଲ୍ଲୀ ପଞ୍ଚାୟତ ଦଲତଦରି ଗ୍ରାମ ନିକଟ ଜଙ୍ଗଲ ଗୁଳି ବିନିମୟରେ ମଧ୍ୟ ସେ ସାମିଲ ଥିଲେ।

- Advertisement -

ମାଥିଲି ଥାନା ଅନ୍ତର୍ଗତ କଟୁପଦର ଗ୍ରାମ ନିକଟରେ ଗୁଳି ବିନିମୟ ସମୟରେ ଆନ୍ତି ଅନ୍ୟ ପ୍ରମୁଖ ମାଓନେତା ଉଦୟ ସହ ସୁରେଶ, ରମେଶ, ମହେଶ, ସୁଶୀଳା, ମୁନି, ଦାଶରୀ, ଲକ୍ଷ୍ମଣ, ରାଜେଶ କେଶା, ଗାଙ୍ଗି, ସ୍ବପ୍ନା, ତୁଳସୀ, ଟିଙ୍କୁ ସାନ୍ତୁ, ନବୀନ ସହ ସେଠାରେ ଉପସ୍ଥିତ ଥିଲେ। ଏହି ଗୁଳି ବିନିମୟରେ ତିନିଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଛତିଶଗଡ଼଼ ବିଜାପୁର ଜିଲା ଏସୁରନାର ଗ୍ରାମ ନିକଟ ଜଙ୍ଗଲରେ ଗୁଳି ବିନିମୟ, ୨୦୧୮ରେ ଛତିଶଗଡ଼ କାର୍କା ଗ୍ରାମ, ଏରାମ ଗ୍ରାମ, ତାଣ୍ଡାମାର୍କା ଗ୍ରାମ, ସୁକୁମା ଜିଲା କୋଣ୍ଟା ଥାନା ଅନ୍ତର୍ଗତ ବିମ୍ପା ଗ୍ରାମରେ ହୋଇଥିବା ଗୁଳି ବିନିମୟରେ ସାମିଲ ଥିଲେ। ସେହିପରି ୨୦୨୧ରେ ଆନ୍ଧ୍ରପ୍ରଦେଶ ଆଲୁରି ସିତାରାମାରାଜୁ ଜିଲା ଟିଗଲମେଟା ଗ୍ରାମ ନିକଟ ଜଙ୍ଗଲ, ପାବନପାଲ୍ଲୀ ଗ୍ରାମ ନିକଟ ଜଙ୍ଗଲରେ ହୋଇଥିବା ଗୁଳି ବିନିମୟରେ ମଧ୍ୟ ସାମିଲ ଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତପନ ନାରାୟଣ ରଥଙ୍କ ସହ ଅନ୍ୟାନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories