www.samajalive.in
Monday, December 8, 2025
13.1 C
Bhubaneswar

ବିଦ୍ୟାଳୟରେ ଅସ୍ଥାୟୀ ହାଟ

ମାଲକାନଗିରି/କାଲିମେଳା: ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲା ହୋଇଥିବାବେଳେ ସେଠାରେ କୁନି କୁନି ପିଲାଙ୍କୁ ହାଟ ବଜାର ଓ କ୍ୟାସଲେସ ବଣିଜ ବିଷୟରେ ଅବଗତ କରାଇବା ପାଇଁ ବିଭିନ୍ନ ବିଦ୍ୟାଳୟରେ ଅସ୍ଥାୟୀ ହାଟର ଆୟୋଜନ କରାଯାଇଛି। ଯେଉଁଥିରେ ନିଜେ କିଛି କୁନି କୁନି ପିଲାଏ ବ୍ୟବସାୟୀ ପାଲଟିଥିବାବେଳେ ଗ୍ରାହକ ମଧ୍ୟ ସାଜିଛନ୍ତି ସେହି ଛାତ୍ରଛାତ୍ରୀ। କିଛି ଏହିପରି ହାଟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା କାଲିମେଳା ବ୍ଲକର ଜବାନପଲ୍ଲୀ ବିଦ୍ୟାଳୟରେ। ଏଠାରେ ପିଲାମାନଙ୍କୁ ଭବିଷ୍ୟତରେ ନିଜର ଜୀବନ ଜୀବିକା ନିର୍ବାହ କରିବା ପାଇଁ ଗ୍ରାମୀଣ ହାଟ ଏକ ମାଧ୍ୟମ ବୋଲି ଜ୍ଞାନ ପ୍ରଦାନ କରଯାଇଥିଲା। ଶୁକ୍ରବାର ଏହି ବିଦ୍ୟାଳୟରେ ପିଲାମାନଙ୍କୁ ନେଇ ଅସ୍ଥାୟୀ ହାଟ ସ୍ଥାପନ କରାଯାଇ ସେଠାରେ ସେମାନେ ଓଜନ ଯନ୍ତ୍ର, ମାପ ଗଣତି, ବିଭିନ୍ନ ସାମଗ୍ରୀକୁ ଚିହ୍ନିବା, ହାଟ ଦେଖିବା, ବିଶେଷ କରି କ୍ୟାସଲେସ ବଣିଜ ବିଷୟରେ ଜ୍ଞାନ ଲାଭ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ତତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ଶିକ୍ଷକମାନେ ସହଯୋଗ କରିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories