ମାଓବାଦୀ ନାମରେ ଟଙ୍କା ଆଦାୟ କରିଥିବା ବ୍ୟକ୍ତିଙ୍କୁ ଗିରଫ କଲା ପୁଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ୟବସାୟ ସଂସ୍ଥାର ମାଲିକ ମାନଙ୍କୁ ମାଓବାଦୀ ଭୟ ଦେଖାଇ ଅର୍ଥ ଆଦାୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଲକାନଗିରି ପୋଲିସ ଗିରଫ କରିବାରେ ସଫଳ ହୋଇଛିା ଏ ସମ୍ବନ୍ଧରେ ମାଲକାନଗିରି ଏସଡିପିଓ ସଚିନ ପଟେଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଂଚାୟତ ଅନ୍ତର୍ଗତ ଏମ୍‌.ଭି. ୧୦୦ ଗ୍ରାମର ଅନିଲ ବର୍କନ୍ଦାଜ ନାମକ ବ୍ୟକ୍ତିଙ୍କୁ ଗତ ଏପ୍ରିଲ ୪ ତାରିଖରେ ଜଣେ ବ୍ୟକ୍ତି ହ୍ୱାଟ୍ସପ୍ ନମ୍ବରରେ ଫୋନ କରି ନିଜକୁ ମାଓବାଦୀ ବୋଲି କହିବା ସହ ତାଙ୍କ ନାମ ଆର୍‌. ରାଜେଶ୍ୱର ତରାଇ ବୋଲି ପରିଚୟ ଦେଇ ୫ ହଜାର ଟଙ୍କା ପଠାଇବାକୁ ଧମକ ଦେଇଥିଲୋ ଯଦି ଟଙ୍କା ନ ପଠାଇଲେ ତୁମକୁ ହତ୍ୟା କରିବି ବୋଲି ମଧ୍ୟ ଧମକ ଦେଇଥିଲୋ ପୁନର୍ୱାର ଗତ ଅଗଷ୍ଟ ୯ ତାରିଖ ଦିନ ଅନ୍ୟ ଏକ ନମ୍ବରରେ ଅନୀଲଙ୍କୁ ଫୋନ୍ କରି ୨ ହଜାର ଟଙ୍କା ପଠାଇବାକୁ କହିଥିଲୋ ଉକ୍ତ ଦିନ ଅନୀଲ ମାଲକାନଗିରି ଥାନାରେ ଏ ସମ୍ବନ୍ଧରେ ଲିଖିତ ଅଭି ଯୋଗ କରିବା ସହ ଅଭି ଯୁକ୍ତଙ୍କ ଦୁଇଟି ଫୋନ୍ ନମ୍ବର ମଧ୍ୟ ଦେଇଥିଲୋ ତାଙ୍କ ଅଭିଯୋଗକୁ ଆଧାର କରି ମାଲକାନଗିରି ପୁଲିସ ତଦନ୍ତ ଆରମ୍ଭ କରିବା ସହ ଉକ୍ତ ଫୋନ୍ ନମ୍ବର ଆଧାରରେ ଗୁଗୁଲ ସର୍ଚ କରିଥିଲା।

ଏହି ତଦନ୍ତରେ ମାଲକାନଗିରି ଜିଲ୍ଲାର ବିଭଇନ୍ନ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଲକ୍ଷାଧୀକ ଟଙ୍କା ମାଓବାଦୀରେ ନେଇଥିବା ପୁଲିସ ଜାଣିବାକୁ ପାଇଥିଲୋ ପରେ ଉକ୍ତ ବ୍ୟକ୍ତି ଖୋର୍ଦ୍ଦା ଜିଲ୍ଲା ସଦର ମହକୁମାରେ ଥିବା ଜାଣି ମାଲକାନଗିରି ପୋଲିସ ତାଙ୍କୁ ଖୋର୍ଦ୍ଦାରୁ ଗିରଫ କରି ଆଣିଥିଲୋ ପରେ ପଚରା ଉଚୁରା କରିବାରୁ ଉକ୍ତ ବ୍ୟକ୍ତି ପୁରୀ ଜିଲ୍ଲା ରଘୁନାଥ ପୁର ଗ୍ରାମର ସନ୍ତୋଷ କୁମାର ମହାନ୍ତି ବୋଲି ଜାଣିବାକୁ ପାଇଲୋ ଏ ସମ୍ବନ୍ଧରେ ମାଲକାନଗିରି ଥାନା କେଶ ନଂ. ୪୮୪ ତାରିଖ ୨୨.୦୮.୨୦୨୪ ପ୍ରକାରେ ମାମଲା ରୁଜୁ କରାଯାଇ ଆସନ୍ତା କାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ପଟେଲ ସୁଚନା ପ୍ରଦାନ କରିଛନ୍ତିା ପ୍ରକାଶ ତାଉକି ଉକ୍ତ ଆସାମୀଙ୍କ ନାମରେ ମୋଟୁ ଥାନା କେଶ୍ ନଂ ୧୧୨ ତା. ୧୯.୦୮.୨୦୨୪ ରିଖ ପ୍ରକାରେ ଏକ ମାମଲା ରୁଜୁ ହୋଇଛିା ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କୋରୁକୋଣ୍ଡା ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ, ମାଲକାନଗିରି ଥାନା ଏସ୍‌.ଆଇ ଅମିତ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲୋ

Comments are closed.