www.samajalive.in
Saturday, December 6, 2025
26.1 C
Bhubaneswar

କ୍ବାରେଣ୍ଟାଇନ ସେଣ୍ଟର କାରନାମା : ଏବେ ‘ଟିକ-ଟକ’ ନୁହେଁ, ‘ଲାଇକ’ ଆପରେ ହେଲା ଭିଡିଓ ଭାଇରାଲ

ମାନକାନଗିରି: କରୋନା ମହାମାରୀ ସହ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ମାରିବେଡା ପଞ୍ଚାୟତର ଏମଭି-୨୬ରେ ଥିବା କ୍ୱାରେଣ୍ଟାଇନରେ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ଓଡିଆଙ୍କ କରନାମା ପଦକୁ ଆସିଛି। କ୍ବାରେଣ୍ଟାଇନ ସେଣ୍ଟର କଟକଣାକୁ ନ ମାନି କିଛି ପ୍ରବାସୀ ଓଡ଼ିଆ ଟିକଟକ୍ ପାଇଁ  ଭିଡିଓ ପ୍ରସ୍ତୁତ କରିଥିଲେ । କିନ୍ତୁ ତାହା ଲାଇକ ଆପରେ ଛାଡିଥିଲେ। ଯାହା ପରବର୍ତ୍ତି ସମୟରେ ଭାଇରାଲ ହୋଇଥିବା ଜଣା ଜାଇଛି। ବିଶୃଙ୍ଖଳିତ ଢଙ୍ଗରେ ପ୍ରବାସୀ ଓଡ଼ିଆ ସାମାଜିକ ଦୂରତ୍ୱ କଟକଣା ଓ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ବେଖାତିର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ତେଲେଙ୍ଗାନାରୁ ୭ ତାରିଖରୁ ଫେରି ଏମଭି-୨୬ ଗ୍ରାମର ସଂଗରୋଧ ଗୃହରେ ରଖାଯାଇଛି। କିନ୍ତୁ ଶୁକ୍ରବାର ଉକ୍ତ କେନ୍ଦ୍ରର କିଛି ଯୁବକ ମଜା ମସ୍ତି କରିବା ସହ ଭିଡିଓ କରିଥିଲେ। ଖାଲି ଦେହରେ ଭୋଜପୁରୀ ଓ ହିନ୍ଦୀ ଗୀତର ତାଳେ ତାଳେ ସାମାଜିକ ଦୂରତ୍ୱକୁ ଉଲଂଘନ କରି ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଥିଲା। ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନର ନଜର କୁ ଆସିଥିଲା। ତେବେ କ୍ୱାରେଣ୍ଟାଇନ କେନ୍ଦ୍ରରେ ଏହିପରି ଭାବେ ଭିଡିଓ କରିବା ସରକାରୀ ନିୟମକୁ ଉଲଂଘନ କରିଥିଲେ। ଏନେଇ ଜିଲାପାଳ କ୍ଷମତା ପ୍ରାପ୍ତ ସ୍ଥାନୀୟ ସରପଞ୍ଚ ଇରମେ କବାସୀଙ୍କୁ ପଚାରିବାରୁ ଉକ୍ତ ସଂଗରୋଧ କେନ୍ଦ୍ରର ନୋଡାଲ ଅଫିସର ସୁଗାଦ ଚରଣ ହେମ୍ବ୍ରମ ଏବଂ ପଞ୍ଚାୟତ ଅଧିକାରୀ ସୁରେଶ ସାହୁଙ୍କୁ ଉକ୍ତ ଭିଡିଓରେ ଥିବା ସମସ୍ତ ପ୍ରବାସୀଙ୍କ ନାମରେ ମାଲକାନଗିରି ଥାନାରେ ଏକ ଲିଖିତ ଅଭିଯୋଗ ନିମନ୍ତେ ସରପଞ୍ଚ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

- Advertisement -

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories