ପ୍ରଶାସନର ପ୍ରତିଶୃତି ପରେ ବାହୁଡିଲେ ବିଛିନ୍ନାଞ୍ଚଳବାସୀ

ମାଲକାନଗିରି : ବିଭିନ୍ନ ଦାବି ନେଇ ଗତକାଲି ସ୍ୱାଭିମାନ ଅଞ୍ଚଳର ଶହ ଶହ ଆଦିବାସୀ ଚିତ୍ରକୋଣ୍ଡା ପହଞ୍ଚିଥିବା ବେଳେ ଆଜି ଜିଲ୍ଲାପାଳଙ୍କୁ ବିଭିନ୍ନ ଦାବି ଜଣାଇବା ସହ ସଦର ମହକୁମାରେ ଆନ୍ଦୋଳନ କରିବା ପାଇଁ ଯେଉଁ ନିଷ୍ପତି ନେଇଥିଲେ। କିନ୍ତୁ ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ନିଷ୍ପତିରୁ ଓହରି ଯାଇଛନ୍ତି ବିଛିନ୍ନାଞ୍ଚଳବାସୀ। ପ୍ରଶାସନ ପକ୍ଷରୁ ଆସନ୍ତା ୧୦ ତାରିଖ ଦିନ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ରାଜ୍ୟ ସରକାରଙ୍କୁ ତାଙ୍କ ଦାବି ସମ୍ପର୍କରେ ଜଣାଇ ତାଙ୍କ ଦାବିର ସମାଧାନ କରାଯିବ ବୋଲି ଚିତ୍ରକୋଣ୍ଡା ତହସିଲଦାର ପଦ୍ମନାଭ ଦୋରା, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଚିତ୍ରକୋଣ୍ଡା ଏସ୍‍.ଡି.ପି.ଓ ମାନସ ରଂଜନ ବାରିକ, ସିଡିପିଓ ଅନ୍ନପୂର୍ଣା ବୁରୁଦା ପ୍ରମୁଖ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ପ୍ରତିଶୃତି ଦେବାପରେ ସ୍ୱାଭିମାନ ଅଞ୍ଚଳର ୬ଟି ପଞ୍ଚାୟତବାସୀ ଆନ୍ଦୋଳନରୁ ଓହରି ଯାଇଥିଲେ।

prayash

ଏଠାରେ ସୂଚନାଯୋଗ୍ୟ ଗତକାଲି ଶହ ଶହ ଆଦିବାସୀ ଡଙ୍ଗା, ଲଂଚ ଓ ମୋଟର ବୋଟ ମାଧ୍ୟମରେ ଚିତ୍ରକୋଣ୍ଡା ସ୍ପିଲୱେରେ ପହଞ୍ଚିଥିଲେ। ଯାହା ପୁଲିସ ପ୍ରସାସନର ଚିନ୍ତା ବଢାଇଥିଲା। ତେବେ ସୋମବାର ଏହି ସମସ୍ୟାର ସମାଧାନ ପରେ ପୋଲିସ ପ୍ରଶାସନକୁ ଆଶ୍ୱସ୍ତି ମିଳିଛିା ଆନ୍ଦୋଳନକାରୀ ମାନେ ପ୍ରଥମେ ମାଲକାନଗିରି ଯାଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ଜଣାଇବେ ବୋଲି ଜିଦ୍‍ ଧରି ବସିଥିଲୋ ତେବେ ଗତକାଲି ରାତି ମାଲାକନଗିରି ଏସ୍‍.ପି. ହ୍ରିସିକେଷ ଦୟାନନ୍ଦ ଖିଲାରି ଚିତ୍ରକୋଣ୍ଡା ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲୋ ଆନ୍ଦୋଳନକାରୀଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା ମଧ୍ୟ କରିଥିଲୋ ତେବେ ସ୍ୱାଭିମାନ ଅଞ୍ଚଳର ମୁଖ୍ୟ ଦାବିଗୁଡିକ ମଧ୍ୟରେ ତେବେସମସ୍ତଙ୍କ ମୁହଁରେ ଗୋଟିଏ ହିଁ କଥା ଥିଲା ଯେ ଜଡାମ୍ବ, ଯନ୍ତ୍ରୀ, ପଣସପୁଟ, ଅଣ୍ଡ୍ରାପାଲ୍ଲୀ ପ୍ରଭୃତି ପଞ୍ଚାୟତର ପ୍ରାୟ ୫୦ରୁ ଉର୍ଧ ଗ୍ରାମ ଆଜି ବି ସରକାରୀ ସୁବିଧାରୁ ବଞ୍ଚିତ ହୋଇଥିବା ବେଳେ ମୁଖ୍ୟତଃ ଶିକ୍ଷା ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇ ପଡିଛିା ବିଦ୍ୟାଳୟ ଅଛି ଶିକ୍ଷକ ନାହାନ୍ତି, ଅଙ୍ଗନବାଡି କେନ୍ଦ୍ର ଅଛି କିନ୍ତୁ କୌଣସି ସୁବିଧା ମିଳି ପାରୁନାହିଁ ବୋଲି ବିଛିନ୍ନାଞ୍ଚଳବାସୀ ଅଭିଯୋଗ କରିଥିଲୋ

kalyan agarbati

Comments are closed.