ମା ଘର ଏକ ନାରୀ ସଂଗଠନ ନୁହେଁ ଏହା ଏକ ଆନ୍ଦୋଳନ: ରତୁପୂର୍ଣା ମହାନ୍ତି

ମାଲକାନଗିରି: ମାଲକାନଗିରି ମା ଘର ନାରୀ ସଂଗଠନ ଶାଖାର ଚତୁର୍ଥ ବାର୍ଷିକ ଉତ୍ସବ ସୋମବାର ସ୍ଥାନୀୟ ଟାଉନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ, ମାଲକାନଗିରି ବିଡିଓ ତଥା ଲୋକ ସମ୍ପର୍କ ସୂଚନା ଅଧିକାରୀ ଗୁଣନିଧି ନାୟକ, ଡିଏସପି ଚିନ୍ମୟ ନାୟକ, ପୂର୍ୱତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ନିନୀ ମୁଦୁଲି, ପୂର୍ବତନ ମୁନିସିପାଲିଟି ଅଧ୍ୟକ୍ଷା ରାଜବନ୍ତ କୌର, ପ୍ରମୁଖ ଯୋଗ ଦେଇଥିବା ବେଳେ ମାଲାକନଗିରି ଶାଖା ସଭାପତି ପ୍ରଶାନ୍ତିଲତା ବିଶୋଇ ଓ ସର୍ବକୁମାର ବିଶୋଇ କାର୍ୟ୍ୟକ୍ରମ ପରିଚାଳନା କରିଥିଲୋ ସହୀଦ ଲଖ୍ମଣ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେବା ପରେ ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ୟ୍ୟକ୍ରମ ଆରମ୍ଭ କରା ଯାଇଥିଲେ । ଏହି ଅବସରରେ ମା ଘର ଫାଉଣ୍ଡେସନର ରାଜ୍ୟ ଅଧ୍ୟକ୍ଷା ତଥା ଜଣାଶୁଣା ସମାଜସେବୀ ଋତୁପୂର୍ଣ୍ଣା ମହାନ୍ତି କହିଥିଲେ ଓଡିଶାରେ ମାଁ ଘର ଫାଉଣ୍ଡେସନ ଆଉ ସଂଗଠନ ହୋଇ ରହିନାହିଁ ରାଜ୍ୟରେ ଏକ ନାରୀ ଆନ୍ଦୋଲନ ଓ ସଶସ୍ତ୍ରିକରଣ ନେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛିା ଅବଳା ଓ ପୀଡିତା ନିର୍ୟ୍ୟାତିତାଙ୍କୁ ନ୍ୟାୟ ପ୍ରଦାନ କରିବାରେ ଏହି ସଂଗଠନ ଦୀର୍ଘ ୧୮ ବର୍ଷ ଧରି ଅହରହ କାର୍ୟ୍ୟ କରୁଛିା ସମାଜରେ ନାରୀ ମାନେ ନିଜର ଅଧିକାର କିଭଳି ପାଇ ପାରିବେ ଏବଂ ଅନ୍ୟାୟ ବିରୁଦ୍ଧରେ କିପରି ଲଢେଇ କରିବେ ସେଥିପାଇଁ ମାଁ ଘର ଆଜି ଉଦାହରଣ ପାଲଟିଛି। ଫାଉଣ୍ଡେସନର ସାନ୍ତିସେନା ୩୦ ଟି ଜିଲ୍ଲାରେ କିଭଳି ନିଶାମୁକ୍ତ ଆନ୍ଦୋଳନ କରି ସଫଳତା ହାସଲ କରିଥିଲେ ଏବଂ ମାଲକାନଗିରି ଭଳି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ ମାନେ କିଭଳି ନାରୀର ଅଧିକାରରୁ ବଂଚିତ ହେଉଛନ୍ତି ସମାଜର କୁସଂସ୍କାରରେ ଆଜି ବି ଭୃଣ ହତ୍ୟା, ବାଲ୍ୟ ବିବାହ, ଯୌତୁକ ପ୍ରଥା ନିବାରଣ ନେଇ ସ୍ଥାନୀୟ ଅଂଚଳରେ ସଚେତନତା ର ଆବଶ୍ୟକତା ରହିଥିବା ବେଳେ ମାଁ ଘର ଦ୍ୱାରା ଏହି ଦାୟିତ୍ୱ ସମ୍ପନ୍ନ ହେଉଥିବା କହିଛନ୍ତି ଋତୁପୂର୍ଣ୍ଣା କହିଛନ୍ତି। ବିଭିନ୍ନ ପ୍ରାନ୍ତରୁ ମାଲକାନଗିରି ଜିଲ୍ଲାର କାଲିମେଳା, ବ।ଲିମେଳା ଓ ଅନ୍ୟାନ୍ୟ ପ୍ରାନ୍ତରୁ ଶହ ଶହ ମହିଳା ଏହି ସଭାରେ ଯୋଗ ଦେଇଥିଲୋ ଏକ ସ୍ୱତନ୍ତ୍ର ସଚେତନତା ରାଲିରେ ନଗର ପରିକ୍ରମା କରା ଯାଇଥିଲ।।

Comments are closed.