ଓଲଟିଲା ମାଲେସିଆ ଜାହାଜର କଣ୍ଟେନର
ଚିଲିକା: ଚିଲିକାରେ ରାଜହଂସରେ ଲାଗିଥିବା ମାଲେସିଆ ଜାହାଜର କଣ୍ଟେନର ମଙ୍ଗଳବାର ଓଲଟି ପଡ଼ିଛି। କଣ୍ଟେନର ଓଲଟି ଥିଲେ ମଧ୍ୟ ମାଲେସିଆ ଜାହାଜ ‘ଜିନ୍ ହ୍ବା’ର ଇଞ୍ଜିନ୍ ସୁରକ୍ଷିତ ରହିଛି। ଇଞ୍ଜିନ୍ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉନଥିବା ସୂଚନା ମିଳିଛି। ଆସନ୍ତାକାଲି ଠାରୁ ତୈଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହେବବୋଲି ପୁରୀ ଜିଲାପାଳ ବଲୱନ୍ତ ସିଂହ କହିଛନ୍ତି।
ସୂଚନା ଯୋଗ୍ୟ, ଅଗଷ୍ଟ ୮ ତାରିଖରେ ଦିଗହରା ହୋଇ ଏକ ମାଲବାହୀ ଜାହାଜ ଚିଲିକାର ରାଜହଂସ ନିକଟରେ ଅଟକି ଥିଲା। ଯାନ୍ତ୍ରୀକ ତୃଟିଯୋଗୁ ଜାହାଜଟି ସେହିଠାରେ ଅଟକି ରହିଛି।
Comments are closed.