ମୁମ୍ବଇ: ବଲିଉଡ଼ ଅଭିନେତା ଆଦିତ୍ୟ ରୟ କପୁର ଓ ଅଭିନେତ୍ରୀ ଦିଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ୍’ର ପ୍ରଥମ ଗୀତ ଶୁକ୍ରବାର ରିଲିଜ୍ ହୋଇଛି। ଗୀତର ନାଁ ରହିଛି ‘ଚଲ୍ ଘର ଚଲେଁଟ୍ଟ’। ଗୀତକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି। ଅରିଜିତ୍ ସିଂହ ଏଥିରେ କଣ୍ଠଦାନ କରିଛନ୍ତି। ଗୀତିକାର ସଇଦ କାଦରୀ ଏହି ଗୀତ ରଚନା କରିଛନ୍ତି।
ଗୀତରେ ଆଦିତ୍ୟ ଦିଶାଙ୍କ ସହ ନିଜ ସମ୍ପର୍କ ବିଷୟରେ ଭାବି ଭାବି କାହାକୁ ହତ୍ୟା କରିବାକୁ ଯାଉଛନ୍ତି। ଅନ୍ଧାର ରାତିରେ ସେ ତୀବ୍ର କ୍ରୋଧ ସହ ସେହି ପୁରୁଣା କଥାକୁ ମନେ ପକାଉଛନ୍ତି। ଗୀତରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ‘ମଲଙ୍ଗ’ରେ ଆଦିତ୍ୟ ଓ ଦିଶାଙ୍କ ବ୍ୟତୀତ ଅନୀଲ କପୁର ଓ କୁନାଲ ଖେମୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ମିଷ୍ଟ୍ରୀ ଥ୍ରୀଲର ଭିତ୍ତିକ ଚଳଚ୍ଚିତ୍ର। ଲଭ୍ ରଞ୍ଜନ ଓ ଭୂଷଣ କୁମାରଙ୍କ ଦ୍ବାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦେଶନା ଭାର ମୋହିତ ସୁରୀ ବହନ କରିଛନ୍ତି। ୭ ଫେବୃଆରୀରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବ।



