www.samajalive.in
Saturday, December 13, 2025
18.1 C
Bhubaneswar

ମନରେଗା ଯୋଜନାରେ ପୁଣି ଦୁର୍ନୀତି ଅଭିଯୋଗ

ମାଲକାନଗିରି: ଜଣେ ହିତାଧିକାରୀଙ୍କ ଗୋଶାଳାକୁ ନେଇ ମନରେଗା କର୍ମଚାରୀଙ୍କ କୁଚକ୍ରାନ୍ତ ଉଦ୍ଦେଶ୍ୟମୂଳକ ଭାବେ ଅନ୍ୟ ଜଣେ ହିତାଧିକାରୀଙ୍କୁ ଅନୁକମ୍ପା ଦେଖାଇ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ବ୍ଲକ ସ୍ଥିତ ପାଲକୋଣ୍ଡା ଗ୍ରାମରେ । ମହାତ୍ମାଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ୱେବସାଇଟର ତଥ୍ୟ ଅନୁଯାୟୀ ଏହି ଗ୍ରାମର ଜଗା ମାଡକାମି ପିତା ଭୀମା ମାଡକାମି ନିଜ ଗୋଶାଳା ନିର୍ମାଣ ନିମନ୍ତେ ବିଲ୍‌ ନଂ. ୨୧/୦୭.୧୦.୨୦୨୧ ପ୍ରକାରେ ୮୩୦୩୧ ଟଙ୍କାର ଅନୁଦାନ ପାଇଥିବା ଉଲ୍ଲେଖ ରହିଛିା

ତେବେ ଏହି ଗୋଶାଳା ବାବଦରେ ସେ କୌଣସି ଟଙ୍କା ପାଇ ନଥିବା ବେଳେ ତାଙ୍କ ଘରେ କୌଣସି ଗୋଶାଳା ନିର୍ମାଣ ହୋଇ ପାରିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ହିତାଧିକାରୀଙ୍କ କହିବା ଅନୁସାରେ ଏହି ପଂଚାୟତର ଗ୍ରାମରୋଜଗାର ସେବକ ହରିବର ମଣ୍ଡଳ ତାଙ୍କୁ ଗୋଶାଳା ନିର୍ମାଣ ନିମନ୍ତେ ସୁଚନା ଦେଇଥିଲ । ଏ ବାବଦ ସେ କିଛି ନିର୍ମାଣ ସାମଗ୍ରୀ ମଧ୍ୟ ଆଣି ଗଛିତ ରଖିଥିଲେ । ତେବେ କିଛିଦିନ ପରେ ସେ ପୁନର୍ବାର ଆସି ଗୋଶାଳା ନିମନ୍ତେ ସରକାରଙ୍କ କୌଣସି ଟଙ୍କା ଆସିନାହିଁ ବୋଲି କହି ବାରଣ କରିଥିଲେ । ଫଳରେ ତାଙ୍କର ଆଉ ଗୋଶାଳା ନିର୍ମାଣ ହୋଇ ପାରିନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।  ଅନ୍ୟ ଦିଗରେ ସେ କୌଣସି ପ୍ରକାରରେ ମନରେଗା ଯୋଜନାର ୱେବ ସାଇଟରୁ ସମସ୍ତ ତଥ୍ୟ ଜାଣିବା ପରେ ଏହି ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଖିଲ ବାନାର୍ଜିଙ୍କୁ ଅଭିଯୋଗ କରିଥିବା ସେ ପ୍ରକାଶ କରିଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ସୁଫଳ ମିଳି ନଥିବାରୁ ସେ ଗଣମାଧ୍ୟମ ନିକଟରେ ମୁହଁ ଖୋଲିବାକୁ ବାଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି ।

- Advertisement -

ତେବେ ମନରେଗା କର୍ମଚାରୀ ଗ୍ରାମ ରୋଜଗାର ସେବକ ହରିବର ମଣ୍ଡଳଙ୍କୁ ପଚାରିବାରୁ ଏହି ଗୋଶାଳା ଶିଖପାଲ୍ଲୀ ଠାରେ ନିର୍ମାଣ ହୋଇଛି । ତେବେ ତାଙ୍କର ସଠିକ୍‌ ପରିଚୟ ମୁଁ ବର୍ତମାନ ଜାଣିନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ଏହି ପଂଚାୟତର ଏମ୍‌.ଭି. ୧୯ ଗ୍ରାମରେ ସମୀର ଦାସ ନାମକ ଜଣେ ହିତାଧିକାରୀଙ୍କ ଘରକୁ ଯାଇ ଗୋଶାଳା ନିର୍ମାଣ ନିମନ୍ତେ ପରାମର୍ଶ ଦେଇଥିଲୋ ସମ୍ପୃକ୍ତ ହିତାଧିକାରୀ ଗୋଶାଳା କାର୍ଯ୍ୟ ଆରମ୍ଭ କରିବା ପରେ ତୁମ ନାମରେ କୌଣସି ଗୋଶାଳା ନାହିଁ ବୋଲି ସେ ବାରଣ କରିଥିଲ । ସମ୍ପୃକ୍ତ ହିତାଧିକାରୀଙ୍କ କହିବା ଅନୁସାରେ ତାଙ୍କ ଘରକୁ ଗ୍ରାମ ରୋଜଗାର ସେବକ ଶ୍ରୀ ମଣ୍ଡଳ ପହଞ୍ଚି ଜିଓ ଟାଗ୍‌ କରିବା ସହ ଗୋଶାଳ । ନିର୍ମାଣ ନିମନ୍ତେ ପରାମର୍ଶ ଦେଇଥିଲେ ଯୋଦ୍ୱାରା ସେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲ । ପୁନର୍ୱାର ତାଙ୍କୁ କାହିଁକି ବାରଣ କରାଗଲା ବୋଲି ସେ ଅଭି ଯୋଗ କରିଛନ୍ତି । ସମ୍ପୃକ୍ତ ହିତାଧିକାରୀଙ୍କ ଅଭିଯୋଗକୁ ଭିତିକରି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଖିଲ ବାନାର୍ଜିଙ୍କ ସହ ଫୋନରେ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିାଁ ଉଭୟ ହିତାଧିକାରୀ ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଗ୍ରାମ ରୋଜଗାର ସେବକ ହରିବର ମଣ୍ଡଳଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories