www.samajalive.in
Wednesday, December 10, 2025
16.1 C
Bhubaneswar

ଜାଣନ୍ତୁ କିପରି ବନେଇବେ କେରଳ ପ୍ରସିଦ୍ଧ ମାଲବାର ପନିର

ଆବଶ୍ୟକୀୟ ସାମଗ୍ରୀ: ୫୦୦ ଗ୍ରାମ ପନିର, ଦେଢ କପ୍ ନଡିଆ କ୍ଷୀର, ତେଲ, ସୋରିଷ, ୩ଟି କଟା କଞ୍ଚା ଲଙ୍କା, ଭୁସଙ୍ଗ ପତ୍ର, ହଳଦୀ ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ, ୨ଟି କଟା ପିଆଜ ଏବଂ ସ୍ବାଦଅନୁଯାୟୀ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ପନିରକୁ ଏକ ଇଞ୍ଚ୍ ଅକାରରେ କାଟି ଦିଅନ୍ତୁ । କଡେଇରେ ତେଲ ଗରମ କରି ପନିରକୁ ଛାଣି କିଚେନ୍ ଟାୱେଲ ବା ଟିସୁ ପେପରରେ କାଢି ରଖନ୍ତୁ ।

- Advertisement -

ଏବେ ଅନ୍ୟ କଡେଇରେ ୨ ଚାମଚ ତେଲ ପକାନ୍ତୁ । ତେଲ ଗରମ ହୋଇଗଲେ ସେଥିରେ ସୋରିଷ, ଭୁସଙ୍ଗ ପତ୍ର ଓ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ପ୍ରାଉନ୍ ରଙ୍ଗ ହୋଇଗଲେ ସେଥିରେ ଏକ ଚାମଚ ଅଦ ଓ ରସୁଣ ପେଷ୍ଟ ପକାଇ ଭାଜନ୍ତୁ ।

ଅଳ୍ପ ସମୟ ଭାଜି ହୋଇଗଲା ପରେ କଞ୍ଚା ଲଙ୍କା ଓ ହଳଦୀ ଗୁଣ୍ଡ ପକାଇ ଗୋଳଇନ୍ତୁ, ପରେ ପୂର୍ବରୁ ଛଣା ହୋଇଥିବା ପନିରକୁ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।  ଏବେ ସେଥିରେ ନଡିଆ କ୍ଷୀର ଓ ସ୍ବାଦ ଅନୁଯାୟୀ ଲୁଣ ଦେଇ ଗୋଳାଇ ୫ରୁ ୧୦ ମିନିଟ୍ ଛାଡି ଦିଅନ୍ତୁ ।

୫ରୁ ୧୦ ମିନିଟ୍ ହୋଇ ଗଲେ ଗ୍ୟାସ୍ ବନ୍ଦ କରି ଏକ ପ୍ଲେଟକୁ କାଢି ଆଢି ଆଣନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମାଲବାର ପନିର । ଆପଣଙ୍କ ମନପସନ୍ଦର ଗ୍ରେଭି(ପାଣିଆ ବା ମୋଟା) କରି ପାରିବେ । ଏହାକୁ ଲଚ୍ଛା ପରଟା, ନାନ୍ ବା ରୁଟି ସହ ଖାଇଲେ ଭଲ ଲାଗିଥାଏ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories