ମକର ସଂକ୍ରାନ୍ତି : ଏହି ଉପାୟରେ ବର୍ଷଯାକ ଅଭାବ ହେବ ନାହିଁ ଟଙ୍କା

ମକର ସଂକ୍ରାନ୍ତିରେ ଏହି ସରଳ ଉପାୟ ଆପଣାଇବା ଦ୍ୱାରା ବର୍ଷଯାକ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିବା ସହ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଏହି ଦିନ ସୂର୍ଯ୍ୟ ଦେବତା ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିଥାଆନ୍ତି। ତେଣୁ ଏହାକୁ ମକର ସଂକ୍ରାନ୍ତି କୁହାଯାଏ। ଦୀର୍ଘ ୫ ବର୍ଷ ପରେ ମକର ସଂକ୍ରାନ୍ତି ସୋମବାରରେ ପାଳନ କରାଯାଉଛି। ତେଣୁ ଏହି ଦିନ ସୂର୍ଯ୍ୟଦେବତାଙ୍କ ସହ ଭଗବାନ ଶିବଶଙ୍କରଙ୍କ ମଧ୍ୟ ବିଶେଷ ଆଶୀର୍ବାଦ ପ୍ରାପ୍ତି ହେବ। ତେବେ ଜାଣନ୍ତୁ ଏହି ଦିନ କେଉଁ ଶୁଭ କାର୍ଯ୍ୟ କରିବା ଦ୍ୱାରା ବର୍ଷଯାକ ମା’ଲକ୍ଷ୍ମୀଙ୍କ କୃପା ମିଳିବ..
ଏହି ଦିନ ପୂଜା ଘରେ ଶ୍ରୀଯନ୍ତ୍ର ନେଇ ରଖନ୍ତୁ। ଏହା ମା’ଲକ୍ଷ୍ମୀଙ୍କୁ ଖୁବ୍‌‌ ପ୍ରିୟ। ଶ୍ରୀଯନ୍ତ୍ର ଘରେ ରହିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ଏହାକୁ ଘରେ ରଖିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।

Comments are closed.