www.samajalive.in
Saturday, December 6, 2025
26.1 C
Bhubaneswar

ଥାନାରେ ମହିଳା ଏସଆଇଙ୍କୁ କାମୁଡ଼ିଲେ ମେଜରଙ୍କ ବାନ୍ଧବୀ

ସମାଜ ଡିଜିଟାଲ ଡେସ୍କ: ଥାନା ଭିତରେ ମହିଳା ଏସଆଇଙ୍କୁ କାମୁଡ଼ିଲେ ଜଣେ ମେଜରଙ୍କ ବାନ୍ଧବୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵରରେ। ଥାନା ଭିତରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ। ରାସ୍ତାରେ ସେମାନଙ୍କୁ କେହି ଦୁର୍ବ୍ୟବହାର କରିଥିବା ନେଇ ସେମାନେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ପକ୍ଷରୁ ତାଙ୍କୁ ଲିଖିତ ଆକାରରେ ଅଭିଯୋଗ ଦେବାକୁ କୁହାଯାଇଥିଲା। ବାସ୍‌ ଏତିକିରେ ଉତ୍‌କ୍ଷିପ୍ତ ହୋଇ ଥାନାରେ ହଙ୍ଗାମା କରିଥିଲେ ଉଭୟେ ମେଜର ଏବଂ ତାଙ୍କ ବାନ୍ଧବୀ। ସେମା​ନେ ଥାନାରେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଏପରି କି ଜଣେ ମହିଳା ଏସଆଇଙ୍କୁ ମେଜରଙ୍କ ବାନ୍ଧବୀ କାମୁଡ଼ି ଦେଇଥିବା ଜଣାପଡ଼ିଛି। ସେମାନଙ୍କ ଆକ୍ରମଣରେ ଦୁଇ ଜଣ ପୁରୁଷ ଏବଂ ୨ ଜଣ ମହିଳା କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଉକ୍ତ ମେଜର ଏବଂ ତାଙ୍କ ବାନ୍ଧବୀ ନିଶାସକ୍ତ ଅବସ୍ଥାରେ ଥିବା ଏବଂ ସେମାନଙ୍କ କାରରୁ ମଦ ବୋତଲ ମିଳିଥିବା ସୂଚନା ମିଳିଛି।

- Advertisement -

ଏହି ମେଜରଙ୍କ ଘର ଦିଲ୍ଲୀ। ସେ କଲକାତାରେ କାର୍ଯ୍ୟ କରୁଥିବାବେଳେ ଭରତପୁର ଅଞ୍ଚଳରେ ରହୁଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories