www.samajalive.in
Friday, December 5, 2025
20.1 C
Bhubaneswar

ଖାଦ୍ୟରେ ନିଦ ବଟିକା ମିଶାଇ ଘରେ ବୁଲାଇଲେ କଳାକନା; ସ୍ବାମୀ ଓ ପୁଅ ସହ ଚାକରାଣୀ ଗିରଫ

ମାଲିକ ଘରେ କଳାକନା ବୁଲାଇବାକୁ ଚାକରାଣୀ କରିଥିଲା ଯୋଜନା । ଏଥିରେ ସହଯୋଗ କରିଥିଲେ ତାର ପୁଅ ଓ ସ୍ବାମୀ । ଯୋଜନା ଅନୁସାରେ ଚାକରାଣୀ ରୋଷେଇ କରିବା ବେଳେ ସେଥିରେ ନିଦ ବଟିକା ମିଶାଇ ଦେଇଥିଲା । ଘରର ଲୋକମାନେ ସେହି ଖାଦ୍ୟ ଖାଇ ଗାଢ଼ ନିଦରେ ଶୋଇ ପଡ଼ିଲେ ଆଉ ଏହାର ସୁଯୋଗରେ ଚାକରାଣୀ, ତାର ସ୍ବାମୀ ଓ ପୁଅ ଘରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ନେଇ ଚମ୍ପଟ ମାରିଲେ । ଘଟଣାଟି ଘଟିଛି ହରିଆଣାର ଫରିଦାବାଦ ଅଞ୍ଚଳରେ । ପୁଲିସ ଘଟଣାର ଅନୁସନ୍ଧାନ କରି ଚାକରାଣୀ ଓ  ଏଥିରେ ସହଯୋଗ କରିଥିବା ତାର ପୁଅ, ସ୍ବାମୀଙ୍କୁ ଗିରଫ କରିବା ପରେ ଏ ସମ୍ପର୍କରେ ଜଣାପଡ଼ିଛି ।

ଗତ ଜୁଲାଇ ୧୫ ତାରିଖରେ ଫରିଦାବାଦ ସେକ୍ଟର ୯ ଅଞ୍ଚଳରେ ଜଣେ ବ୍ୟବସାୟୀ ଇନ୍ଦ୍ରଜିତ ସିଂହଙ୍କ ଘରେ ଚୋରି ହୋଇଥିଲା ପ୍ରାୟ ୧୦ ଲକ୍ଷ ଟଙ୍କାର ମୂଲ୍ୟବାନ ଗହଣା ଓ ନଗଦ ଟଙ୍କା ଚୋରମାନେ ଲୁଟି ନେଇଥିଲେ । ଇନ୍ଦ୍ରଜିତ୍ ଏ ସମ୍ପର୍କରେ ପୁଲିସରେ ଅଭିଯୋଗ କରିଥିଲେ । ଅନୁସନ୍ଧାନ ବେଳେ ପୁଲିସର ସନ୍ଦେହ ଚାକରାଣୀ ଉପରେ ହୋଇଥିଲା । ମାତ୍ର ତାଙ୍କୁ ଖୋଜାଖୋଜି କରିବାରେ ସେ ଫେରାର ହୋଇ ଯାଇଥିଲା  । ପୁଲିସ ତାର ଘରେ ଚଢ଼ଉ କରିଥିଲା ମାତ୍ର ଚାକରାଣୀ ମିଳି ନ ଥିଲା । ଶେଷରେ ପୁଲିସ ଚତୁରତାର ସହ ତିନିଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ଘରୁ ସବୁ ଗହଣା ସହ ନଗଦ ୫୦ ହଜାର ଟଙ୍କା ଜବତ କରିଥିଲା ପୁଲିସ । ଚାକରାଣୀକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାର ସ୍ବାମୀ ଓ ପୁଅକୁ ପୁଲିସ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories