www.samajalive.in
Sunday, December 14, 2025
26.1 C
Bhubaneswar

ସଦାଚାର କମିଟିରୁ ଉଠି ପଳାଇଲେ ମହୁଆ ଓ ବିରୋଧୀ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗର ତଦନ୍ତ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୋଗର ତଦନ୍ତ କରୁଥିବା ଲୋକସଭା ସଦାଚାର କମିଟି ନିକଟରେ ନିଜର ପକ୍ଷ ରଖିବା ଲାଗି ମହୁଆ ସମନ ଆଧାରରେ ଗୁରୁବାର ହାଜର ହୋଇଥିଲେ। ଏହି ସମୟରେ ସଦାଚାର କମିଟି ପକ୍ଷରୁ ମହୁଆଙ୍କୁ ବିଭିନ୍ନ ଅରୁଚିକର ପ୍ରଶ୍ନ ପଚରାଯାଇଥିଲା। ଯେଉଁଥିପାଇଁ ମହୁଆ କମିଟିରୁ ଉଠି ଚାଲିଆସିଥିଲେ। ମହୁଆଙ୍କ ସହିତ କମିଟି ବୈଠକରେ ଉପସ୍ଥିତି ଥିବା ବିରୋଧୀ ଦଳର ସଦସ୍ୟ ଡାନିସ ଅଲି, ଗିରିଧାରୀ ଯାଦବ, ଉତ୍ତମ କୁମାର ରେଡ୍ଡି ଓ ଅନ୍ୟମାନେ ମଧ୍ୟ ବାହାରକୁ ଚାଲି ଆସିଥିଲେ। ବାହାରକୁ ଆସିବା ପରେ ମହୁଆ ସାମ୍ବାଦିକଙ୍କୁ କହିଥିଲେ ଯେ କମିଟି ପକ୍ଷରୁ ତାଙ୍କୁ ବିଭିନ୍ନ ଅପ୍ରୀତିକର ପ୍ରଶ୍ନ ପଚରାଯାଇଥିଲା।
ଅନ୍ୟପଟେ ସଦାଚାର କମିଟି ଅଧ୍ୟକ୍ଷ ବିନୋଦ ସୋନକର କହିଛନ୍ତି ଯେ ମହୁଆ କମିଟି ଆଗରେ ଅଶାଳୀନ ଭାଷା ପ୍ରୟୋଗ କରିଛନ୍ତି । ମହୁଆଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଖରାପ ଭାଷା ପ୍ରୟୋଗ କରିଥିଲେ। ଏହି ସମୟରେ ଡାନିସ ଅଲି, ଗିରିଧାରୀ ଯାଦବ ଓ ଅନ୍ୟ ବିରୋଧୀ ସାଂସଦମାନେ କମିଟିକୁ ଦୋଷାରୋପ କରିବା ସହିତ ବୈଠକରୁ ଉଠି ଆସିଥିଲେ। ଏହି ପ୍ରସଙ୍ଗରେ କମିଟି ଆଗାମୀ ବୈଠକରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିଚାର କରିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ବୈଠକରୁ ଉଠି ଆସିଥିବା ବିରୋଧୀ ସଦସ୍ୟମାନେ କହିଛନ୍ତି ଯେ କମିଟି ମହୁଆଙ୍କୁ ଅନୈତିକ ଓ ଅପ୍ରୀତିକର ପ୍ରଶ୍ନ ପଚାରିଥିଲା। କଂଗ୍ରେସ ସାଂସଦ ତଥା କମିଟି ସଦସ୍ୟ ଏନ ଉତ୍ତମ କୁମାର ରେଡ୍ଡି କହିଛନ୍ତି ଯେ ଅଧ୍ୟକ୍ଷ ସୋନକର ଯେଉଁ ପ୍ରଶ୍ନ ପଚାରୁଥିଲେ ତାହା ଅପ୍ରୀତିକର ଥିଲା। ଅଧ୍ୟକ୍ଷ ମହୁଆଙ୍କୁ କେଉଁ ଠାରେ ଓ କାହାକୁ ସାକ୍ଷାତ କରିଥିଲେ ତାହା ପଚାରିଥିଲେ। ଏହା ସହିତ ମହୁଆଙ୍କୁ ଫୋନ ରେକର୍ଡ ଦେବାକୁ କହିଥିଲେ। ଅଧ୍ୟକ୍ଷ ଯେପରି କାର୍ଯ୍ୟ କରୁଥିଲେ ତାହା ଜଣାଯାଉଥିଲା ଯେ ସେ କାହାର ପ୍ରରୋଚନାରେ ଏପରି ପ୍ରଶ୍ନ ପଚାରୁଛନ୍ତି। ଯାହା ବହୁତ ଖରାପ। ସେହିପରି ଜେଡିୟୁ ସାଂସଦ ଗିରିଧାରୀ କହିଛନ୍ତି ଯେ ମହୁଆଙ୍କ ପ୍ରଶ୍ନ ପଚାରିବାର ଅଧିକାର କମିଟିର ନାହିଁ। ମହୁଆ ନିଜକୁ ନିର୍ଦୋଷ ବୋଲି କହିବା ସହିତ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇଥିଲେ। ଅଭିଯୋଗକାରୀ ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହଦ୍ରାଇଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ତୁଟିବା ପରେ ସେ ଏପରି ଅଭିଯୋଗ କରିଛନ୍ତି। କମିଟି ସଦସ୍ୟ ତଥା ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ ମହୁଆଙ୍କ ଆଚରଣ ନିନ୍ଦନୀୟ। ସଦାଚାର କମିଟି ସଦସ୍ୟଙ୍କ ଉଦ୍ଦେଶ୍ୟରେ ମହୁଆ ଅଶାଳୀନ ଶବ୍ଦ ପ୍ରୟୋଗ କରିଥିଲେ। ସଂସଦୀୟ କମିଟିର ପ୍ରତ୍ୟେକ କାର୍ଯ୍ୟଧାରା ଗୋପନୀୟ ରହିବା ଆବଶ୍ୟକ। ମାତ୍ର ମହୁଆ ଓ ବିରୋଧୀ ସଦସ୍ୟମାନେ କମିଟିର କାର୍ଯ୍ୟକୁ ବାହାରେ ପ୍ରକାଶ କରିଛନ୍ତି ଯାହା ଠିକ୍ ନୁହେଁ। କମିଟି ଅଧ୍ୟକ୍ଷ ଶିଳ୍ପପତି ଦର୍ଶନ ହୀରାନନ୍ଦନୀ ଦାଖଲ କରିଥିବା ସତ୍ୟପାଠ ସମ୍ପର୍କରେ ମହୁଆଙ୍କୁ ପ୍ରଶ୍ନ ପଚାରିଥିଲେ। ମାତ୍ର ମହୁଆ ପ୍ରଶ୍ନର ଉତ୍ତର ଦେବାକୁ ଚାହିଁ ନଥିଲେ ବୋଲି ଅପରାଜିତା କହିଛନ୍ତି। ସଂସଦରେ ପ୍ରଶ୍ନ ପଚାରିବା ଲାଗି ମହୁଆ ହୀରାନନ୍ଦନୀଙ୍କ ଠାରୁ ଲାଞ୍ଚ ନେଇଥିବା ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାଇ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଉପରେ ଲୋକସଭା ସଦାଚାର କମିଟି ତଦନ୍ତ କରୁଛି। ଏହି ପ୍ରସଙ୍ଗରେ ନିଶିକାନ୍ତ ଲୋକପାଳ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories