ନୂଆଦିଲ୍ଲୀ : ବିରୋଧ ଇଣ୍ଡିଆ ମେଣ୍ଟର ମନ୍ଥରତା ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର। ସିପିଆଇ ପକ୍ଷରୁ ଆୟୋଜିତ ରାଲି ‘ଭାଜପା ହଟାଅ- ଦେଶ ବଞ୍ଚାଅ’କୁ ସମ୍ବୋଧନ କରି ନୀତୀଶ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡକାଇବା ଉପରେ କଂଗ୍ରେସ ଗୁରୁତ୍ବ ଦେଉ ନାହିଁ। ସେହିପରି ୨୦୨୪ ଲୋକସଭା ନିର୍ବାଚନ ନିମନ୍ତେ ବିରୋଧୀ ମେଣ୍ଟକୁ ପ୍ରସ୍ତୁତ କରିବା ଉପରେ କଂଗ୍ରେସ ଧ୍ୟାନ ଦେଉ ନାହିଁ। ଲୋକସଭା ନିର୍ବାଚନ ପରିବର୍ତ୍ତେ କଂଗ୍ରେସ ଏବେ ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ତେଲଙ୍ଗାନା, ମିଜୋରାମ ବିଧାନସଭା ନିର୍ବାଚନ ଉପରେ ଗୁରୁତ୍ବ ଦେଉଛି ବୋଲି ସେ କହିଛନ୍ତି।
Popular Categories



