www.samajalive.in
Saturday, December 6, 2025
26.1 C
Bhubaneswar

ପିନାକୀ ମିଶ୍ର-ମହୁଆ ମୈତ୍ରଙ୍କ ବିବାହ!

ସମାଜ ଡିଜିଟାଲ ଡେସ୍କ: ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ର ଓ ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ବିବାହ ଜର୍ମାନୀରେ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ମେ ୩ରେ ଉଭୟଙ୍କ ବିବାହ ହୋଇଥିବା ସୂଚନା ମିଳିଛି । ପିନାକୀ ବିଜୁ ଜନତା ଦଳରୁ ଚାରି ଥର ସାଂସଦ ରହିଥିଲେ । ସେ ପ୍ରଥମ ଥର ୧୯୯୬ମସିହାରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ବିଜୟ ହୋଇ ପୁରୀର ସାଂସଦ ହୋଇଥିଲେ ।
ମହୁଆ ଏବଂ ପିନାକୀଙ୍କ ବିବାହର ଭାଇରାଲ ଫଟୋରେ ଦୁହେଁ ପରସ୍ପରର ହାତ ଧରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ମହୁଆ ସୁନେଲି ରଙ୍ଗର ଶାଢି ପିନ୍ଧିଥିବା ନଜର ଆସିଛନ୍ତି । ତଥାପି ବିବାହ ସମ୍ପର୍କରେ ଉଭୟଙ୍କ ପକ୍ଷରୁ କୌଣସି ବୟାନ ଆସିନାହିଁ । ୧୯୭୪ ଅକ୍ଟୋବର ୧୨ରେ ଆସାମରେ ଜନ୍ମଗ୍ରହଣ କରିଥିବା ମହୁଆ ବ୍ୟାଙ୍କର ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ୨୦୧୦ମସିହାରେ ମମତା ବାନାର୍ଜୀଙ୍କ ଟିଏମସି ପାର୍ଟିରେ ଯୋଗ ଦେଇଥିଲେ । ୨୦୧୯ରେ ପ୍ରଥମ ଥର ମହୁଆ ମୈତ୍ର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୨୪ ନିର୍ବାଚନରେ ମଧ୍ୟ ସେ ନିର୍ବାଚତ ହୋଇ ସାଂସଦ ହୋଇଥିଲେ ।

 

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories