www.samajalive.in
Sunday, December 14, 2025
23.1 C
Bhubaneswar

ପୋଖରୀ ନିଲାମକୁ ନେଇ ଖୁଣ୍ଟକଟାରେ ଅସନ୍ତୋଷ

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତ ଅଧିନ ମହୀଧରପୁର ଗ୍ରାମ୍ୟ ପୋଖରୀ ନିଲାମ ନହେବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖୁଣ୍ଟକଟା ପଞ୍ଚାୟତର ବିଭିନ୍ନ ଗ୍ରାମରେ ମୋଟ ୮ଟି ପୋଖରୀ ରହିଛି । ଏହି ପଞ୍ଚାୟତ ଅଧିନ ଖୁଣ୍ଟକଟା ଗ୍ରାମରେ ୪ଟି, ରାଧାମୋହନପୁର ଗ୍ରାମରେ ଗୋଟିଏ, ନୂଆବନ୍ଧ ଗ୍ରାମରେ ଗୋଟିଏ, ରେଗେଡାପଡାରେ ଗୋଟିଏ ଓ ମହୀଧରପୁର ଗ୍ରାମରେ ଗୋଟିଏ ଲେଖାଏଁ ପୋଖରୀ ଥିବାବେଳେ ସେସବୁ ମଧ୍ୟରୁ ବୁଧବାର ୭ଟି ପୋଖରୀର ନିଲାମ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିବାବେଳେ ରାଜନୈତିକ ଉଦ୍ଦେଶ୍ୟ ରଖି ମହୀଧରପୁର ଗ୍ରାମ୍ୟ ପୋଖରୀ ନିଲାମ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇବା ସହ ବୁଧବାର ପଞ୍ଚାୟତ କାର୍ଯ୍ୟାଳୟରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ସରକାର ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଗୁଡିକୁ ଆର୍ଥିକ ସ୍ୱାବଲମ୍ବୀ କରିବାଲାଗି ଗ୍ରାମ୍ୟ ପୋଖରୀ ସେମାନଙ୍କୁ ନିଲାମ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୋଖରୀରେ ମାଛ ଚାଷ କରି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଅର୍ଥ ରୋଜଗାର କରିବା ଲାଗି ଏହି ପଦକ୍ଷେପ ସରକାର ନେଇଥିବାବେଳେ କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି । ଖୁଣ୍ଟକଟା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ୮ଟି ପୋଖରୀ ମଧ୍ୟରୁ ବୁଧବାର ସୁଦ୍ଧା ଖୁଣ୍ଟକଟା ଗ୍ରାମର ମାତ୍ର ଗୋଟିଏ ପୋଖରୀ ନିଲାମ କରାଯାଇଥିବାବେଳେ ଅନ୍ୟ ପୋଖରୀ ନିଲାମ ପାଇଁ କୌଣସି ଆବେଦନ ହୋଇନଥିଲା । ତେବେ ମହୀଧରପୁରର ୬ଟି ସ୍ୱୟଂସହାୟକ ଗୋଷ୍ଠୀର ପ୍ରାୟ ୬୦ଜଣ ମହିଳା ସଭ୍ୟ ସେହି ଗ୍ରାମର ପୋଖରୀ ନିଲାମ ଡାକିବା ପାଇଁ ଖୁଣ୍ଟୁକଟା ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ନିଲାମ ହେଉନଥିବା ଜାଣିବା ପରେ ନିରାଶ ହୋଇଥିଲେ। ସେଠାରେ ସେମାନେ କାହିଁକି ନିଲାମ ବନ୍ଦ ରହିଲା ବୋଲି ପ୍ରଶ୍ନ କରିଥିଲେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ କୌଣସି ସନ୍ତୋଷ ଜନକ ଉତ୍ତର ନଦେବାରୁ ନିଲାମ ବନ୍ଦ ହେବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ମହିଳାମାନେ ଅଭିଯୋଗ କରିଥିଲେ । ଏ ସଂପର୍କରେ ପଞ୍ଚାୟତର ଅଧିକାରୀଙ୍କୁ ପଚାରିବାରେ ମହୀଧରପୁର ଗ୍ରାମ୍ୟ ପୋଖରୀ ନିଲାମ ପାଇଁ ବୁଧବାର କୌଣସି ବିଜ୍ଞପ୍ତି ଜାରି କରାଯାଇନଥିଲା। ଏହା ଅଗଷ୍ଟ ୩ ତାରିଖରେ ହେବାର ଥିଲା । ତେବେ ଅନିବାର୍ଯ୍ୟ କାରଣ ବଶତଃ ସେଦିନ ନିଲାମ ହୋଇପାରିନଥିଲା । ମହୀଧରପୁର ଗ୍ରାମ ନିକଟରେ ଥିବା ପୋଖରୀକୁ ନେଇ ୨ଟି ଗ୍ରାମ ମଧ୍ୟରେ ବିବାଦ ରହିଛି । ଆପୋଷ ସମାଧାନ ପରେ ଗ୍ରାମବାସୀଙ୍କ ଜ୍ଞାତସାରରେ ଏହି ପୋଖରୀର ନିଲାମ କରାଯିବ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାକର ଜେନା ତାଙ୍କ ପ୍ରତିିକ୍ରିୟାରେ ପ୍ରକାଶ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories