www.samajalive.in
Monday, December 8, 2025
14.1 C
Bhubaneswar

କାରଖାନାରେ ଅଗ୍ନିକାଣ୍ଡ ; ମାଲିକ ସମେତ ୮ ମୃତ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସୋଲାପୁରର ଏମ୍‌ଆଇଡିସି କ୍ଷେତ୍ରରେ ସ୍ଥିତ ଏକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ପ୍ରାୟ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ନିଆଁ ଲାଗିବା ନେଇ ଖବର ପାଇବା ମାତ୍ରେ ପୁଲିସ ଓ ଦମକଳ କର୍ମଚାରୀ ସେଠାରେ ପହଞ୍ଚି ଦୀର୍ଘ ସମୟ ଧରି ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । କିଛି ଅଗ୍ନିଶମ କର୍ମଚାରୀ ଏହି ସମୟରେ ଆହତ ହୋଇଥିବା ମଧ୍ୟ କୁହାଯାଉଛି । ନିଆଁକୁ କାବୁ କରିବାକୁ ପ୍ରାୟ ୫ ରୁ ୬ ଘଣ୍ଟା ସମୟ ଲାଗି ଥିଲା । ପୁଲିସ ଓ ଦମକଳ କର୍ମଚାରୀ କାରଖାନା ଭିତରେ ଫସି ରହିଥିବା ଲୋକଙ୍କୁ ପ୍ରଥମେ ଉଦ୍ଧାର କରିବା ଆରମ୍ଭ କରିଥିଲେ । ଆହତଙ୍କୁ ନିକଟସ୍ଥ ହସ୍ପିଟାଲ ପଠାଇଥିଲେ । କାରଖାନାର ମାଲିକ ସହ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଥିଲା । ମୃତକଙ୍କ ମଧ୍ୟରେ କିଛି ମହିଳା କର୍ମଚାରୀ ମଧ୍ୟ ଅଛନ୍ତି । ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ ଜାରି ରଖିଛି।

ପୁଣି ବଢିଲା ସୁନା ଦାମ୍‌ ; ଜାଣନ୍ତୁ କେତେ

୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ : ଏହି ରାଶିଙ୍କୁ କରିବେ ମାଲାମାଲ୍‌, ବଢିବ ଦରମା, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା..

- Advertisement -

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories