www.samajalive.in
Tuesday, December 9, 2025
15.1 C
Bhubaneswar

ପାକିସ୍ତାନର ସାଥ୍‌ ଦେବା ତୁର୍କୀକୁ ମହଙ୍ଗା ପଡିଛି: ହରାଇଲା ୨୦୦ମିଲିୟନ ଡଲାର

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନକୁ ସମର୍ଥନ କରିବା ଏବେ ତୁର୍କୀକୁ ମହଙ୍ଗା ପଡିଛି । ଭାରତରେ ବୟକଟ୍‌ ତୁର୍କୀ ଅଭିଯାନ ଜାରି ରହିଥିବା ବେଳେ ତୁର୍କୀ ସାମଗ୍ରୀ ବୟକଟ୍‌ କରିବା ଯୋଗୁଁ ଆର୍ଥିକ କ୍ଷତି ସହୁଛି ତୁର୍କୀ । ଏପରିକି ଭାରତରେ ବ୍ୟବସାୟ କରୁଥିବା ତୁର୍କୀ କମ୍ପାନୀଗୁଡିକ ଖରାପ ସ୍ଥିତିରେ ଅଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛି ତୁର୍କୀ ବିମାନ ଚଳାଚଳ କମ୍ପାନୀ ସେଲେବି ।

ସୂଚନା ଅନୁସାରେ ଗତ ଗୁରୁବାର ଦିନ ଭାରତ ସରକାର ତୁର୍କୀର ଗ୍ରାଉଣ୍ଡ ହ୍ୟାଣ୍ଡେଲିଂ ସେବା ପ୍ରଦାନକାରୀ କମ୍ପାନୀ ସେଲେବି ଆଭିଏସନର ସୁରକ୍ଷା କ୍ଲିୟରାନ୍ସକୁ ତୁରନ୍ତ ବାତିଲ କରିଦେଇଥିଲେ ଏବଂ ଭାରତର ଏହି କାର୍ଯ୍ୟାନୁଷ୍ଠାନର ଏପରି ପ୍ରଭାବ ପଡିଥିଲା ଯେ ମାତ୍ର ଦୁଇ ଦିନରେ କମ୍ପାନୀର ମୂଲ୍ୟାଙ୍କନ ଏକ ତୃତୀୟାଂଶ ହ୍ରାସ ପାଇଥିଲା । କେବଳ ସେତିକି ନୁହେଁ ଭାତରରେ କାମ କରୁଥିବା କମ୍ପାନୀର ପ୍ରାୟ ୩୮୦୦ କର୍ମଚାରୀଙ୍କ ଚାକିରି ମଧ୍ୟ ବିପଦରେ ପଡିଛି । ଜାତୀୟ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

- Advertisement -

ଉଲ୍ଲେଖନୀୟ ଯେ ବ୍ୟୁରୋ ଅଫ୍‌ ସିଭିଲ୍‌ ଏଭିଏସନ୍‌ ସିକ୍ୟୁରିଟି ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ ସେଲିବି ଏୟାପୋର୍ଟ ସର୍ଭିସେସ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କୁ ୨୧ ନଭେମ୍ବର ୨୦୨୨ରେ ଏକ ଗ୍ରାଉଣ୍ଡ ହ୍ୟାଣ୍ଡେଲିଂ ଏଜେନ୍ସି ଭାବରେ ସୁରକ୍ଷା ମଞ୍ଜୁରୀ ଦିଆଯାଇଥିଲା । ଯାହାକୁ ବର୍ତ୍ତମାନ ପ୍ରତ୍ୟାହାର କରାଯାଇଛି । ସେଲିବି ଆଭିଏସନ୍‌ ଦେଶର ୯ଟି ପ୍ରମୁଖ ବିମାନବନ୍ଦରରେ ଗ୍ରାଉଣ୍ଡ ହ୍ୟାଣ୍ଡେଲିଂ ଏବଂ କାର୍ଗୋ କାର୍ଯ୍ୟ କରୁଥିଲା । ଏଥିରେ ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଭଳି ସମ୍ବେଦନଶୀଳ ବିମାନବନ୍ଦର ଅନ୍ତର୍ଭୁକ୍ତ ରହିଛି । ଭାରତର ଏଭଳି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଯୋଗୁଁ ସେଲେବି ବିମାନବନ୍ଦର ସେବା ଭାରତ ମୂଲ୍ୟରେ ପ୍ରାୟ ୨୦୦ମିଲିୟନ ଡଲାର (୨୦କୋଟି ଡଲାର) କ୍ଷତି ହୋଇଛି । ଯାହାକି ତୃର୍କୀକୁ ଏକ ତୃତୀୟାଂଶ କ୍ଷତି ସହିବାକୁ ପଡିଛି ।

ଗତ ୨୨ଏପ୍ରିଲରେ ପହଲଗାଓଁ ଆତଙ୍କୀ ଆକ୍ରମଣରେ ୨୬ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ଏହାର କଡା ଜବାବ ଦେବାକୁ ଯାଇ ଅପରେସନ ସିନ୍ଦୂର କରିଥିଲା ଭାରତ । ପାକିସ୍ତାନ ମାଟିରେ ଭାରତୀୟ ସେନା ପ୍ରବେଶ କରି ଏୟାର ଆଟାକ୍‌ କରି ଆତଙ୍କୀଙ୍କ ଆଡ୍ଡାକୁ ଧୂଳିସାତ କରିଥିଲେ । ଏଥିରେ ଭୟରେ ଥରହର ହୋଇଥିବା ପାକିସ୍ତାନ ଭାରତ ଉପରେ ପ୍ରହାର କରିବା ଲାଗି ମିସାଇଲ ମାଡ କରିବାକୁ ପ୍ରୟାସ କରିଥିବା ବେଳେ ଏହାକୁ ବିଫଳ କରାଇଥିଲେ ଭାରତୀୟ ସେନା । ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଚୀନ ଓ ତୁର୍କୀ ପାକିସ୍ତାନକୁ ସହଯୋଗ ଓ ସମର୍ଥନ କରିଥିଲେ । କେବଳ ସେତିକି ନୁହେଁ ଅପରେସନ ସିନ୍ଦୂର ଅଧୀନରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ନିଆଯାଇଥିବା ଆତଙ୍କବାଦ ବିରୋଦୀ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସମାଲୋଚନା କରାଯାଇଥିଲା । ସେବେଠୁ ବୟକଟ୍‌ ତୁର୍କୀ ଅଭିଯାନ ଜାରି ରହିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories