www.samajalive.in
Monday, December 8, 2025
24.1 C
Bhubaneswar

ପଞ୍ଜାବ ପରେ ମହାରାଷ୍ଟ୍ରରେ କର୍ଫ୍ୟୁ

ମୁମ୍ବଇ: ପଞ୍ଜାବ ପରେ ମହାରାଷ୍ଟ୍ର ସରକାର ରାଜ୍ୟରେ କର୍ଫ୍ୟୁ ଜାରି କରିଛନ୍ତି। କରୋନା ଭୂତାଣୁ ବ୍ୟାପିବା ଉପରେ ରୋକ୍‌ ଲଗାଇବାକୁ ସରକାର ବିଭିନ୍ନ ସ୍ଥାନକୁ ଲକ୍‌ଡାଉନ କରୁଥିଲେ ହେଁ ଲୋକମାନେ ତାହାକୁ ମାନୁ ନ ଥିବାରୁ ସରକାରଙ୍କୁ କଠୋର ପଦକ୍ଷେପ ନେବାକୁ ପଡୁଛି। ସୋମବାର ପ୍ରଥମେ ପଞ୍ଜାବ ସରକାର ପୂରା ରାଜ୍ୟରେ କର୍ଫ୍ୟୁ ଲାଗୁ କରିଥିବାବେଳେ ମହାରାଷ୍ଟ୍ର ସରକାର ଅନୁରୂପ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ରାଜ୍ୟର ସୀମାକୁ ସିଲ୍‌ କରିଦିଆଯାଇଛି। ଏହାବ୍ୟତୀତ ଜିଲାର ସୀମାରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏକାଧିକ ଲୋକଙ୍କୁ ଏକ ସମୟରେ କୌଣସି ସ୍ଥାନକୁ ଯିବାକୁ ଦିଆଯାଉ ନାହିଁ। ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳକୁ ବନ୍ଦ କରିଦିଆଯାଇଛି। ଏସବୁ ଧାର୍ମିକ ସ୍ଥଳରେ କେବଳ ଧର୍ମଗୁରୁମାନେ ପୂଜାର୍ଚ୍ଚନା କରିବେ। ଜନସାଧାରଣଙ୍କ ପାଇଁ ଏସବୁ ସ୍ଥାନକୁ ବନ୍ଦ କରିଦିଆଯାଇଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories