www.samajalive.in
Wednesday, December 10, 2025
18.1 C
Bhubaneswar

ହୋମ କ୍ବାରେଣ୍ଟାଇନରେ ରହିଥିବା ଲୋକଙ୍କ ଘର ଆଗରେ ଲଗାଯିବ ପୋଷ୍ଟର

ଭୁବନେଶ୍ବର : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ କଠୋର ଆଇନ ପ୍ରଣୟନ କରୁଛନ୍ତି। ଜନତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ବସ୍ ସେବା ମଧ୍ୟ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି।
ଜନସାଧାରଣଙ୍କୁ ସରକାରଙ୍କ ସମସ୍ତ ନିୟମ ମାନିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ସଚେତନତା ଟିମର ମୁଖ୍ୟ ସୁବ୍ରତ ବାଗଚୀ। କେତେକ ସ୍ଥାନରେ ଦେଖାଯାଇଛି ଲୋକମାନେ ବିଦେଶରୁ ଏବଂ ବାହାର ରାଜ୍ୟରୁ ଫେରି ହୋମ କ୍ବାରେଣ୍ଟାଇନ ରହିଥିବା ରାଜ୍ୟ ସରକାରଙ୍କ ୱେବସାଇଟରେ ପଞ୍ଜିକରଣ କରି ମଧ୍ୟ ସର୍ବସାଧାରଣ ସ୍ଥାନରେ ବୁଲୁଛନ୍ତି। ଗତକାଲି ଭୁବନେଶ୍ବର ଶୈଳଶ୍ରୀ ବିହାରରେ ୨ ଜଣ ଏବଂ କଟକ ପୁରୀ ଘାଟ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ହୋମ କ୍ବାରେଣ୍ଟାଇନରେ ରହିଥିବା ପଞ୍ଜିକରଣ କରି ମଧ୍ୟ ସର୍ବସାଧରଣ ସ୍ଥାନରେ ବୁଲୁଥିବା ଜଣାପଡିଥିଲା। ଏହା ଜଣାପଡିବା ପରେ ପୁଲିସ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ନାମରେ ମାମଲା କରାଯିବା ସହ ସେମାନଙ୍କୁ ସରକାରୀ କ୍ବାରେଣ୍ଟାଇନରେ ରଖାଯାଇଛି।

ରାଜ୍ୟରେ କେତେକ ସ୍ଥାନରେ ଏପରି ପରିସ୍ଥିତି ଉପୁଜିବା ପରେ ରାଜ୍ୟ ସରକାରଙ୍କ ହୋମ କ୍ବାରେଣ୍ଟାଇନରେ ରହିଥିବା ବ୍ୟକ୍ତିଙ୍କ ଘର ଆଗରେ ପୋଷ୍ଟର ଲଗାଇବା ପାଇଁ ବ୍ୟବସ୍ଥା କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲା ପ୍ରସାଶନକୁ ନିର୍ଦେଶ ଦିଆଯାଇଛି ଯେ ଯେଉଁମାନେ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି ସେମାନଙ୍କ ଘର ଆଗରେ ଜିଲାପ୍ରଶାସନ ପକ୍ଷରୁ ପୋଷ୍ଟର ଲଗାଯିବ। ଯେଉଁ ପୋଷ୍ଟରରେ ହୋମ କ୍ବାରେଣ୍ଟାଇନ ଅବଧି ଉଲ୍ଲେଖ ରହିବ। ହୋମ କ୍ବାରେଣ୍ଟାଇନରେ ରହିଥିବା ବ୍ୟକ୍ତିଙ୍କ ଘରକୁ ବାହାର ଲୋକ ଯାଇପାରିବେ ନାହିଁ। ଏପରିକି କୌଣସି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ହୋମ କ୍ବାରେଣ୍ଟାଇନରେ ଥିବା ଲୋକଙ୍କ ଘରକୁ ଯାଇପାରିବେ ନାହିଁ କିମ୍ବା ରିପୋଟିଂ କରିପାରିବେ ନାହିଁ। ଗଣମାଧ୍ୟମ ମଧ୍ୟ ହୋମ କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ସୂଚନା ପ୍ରଘଟ କରିପାରିବେ ନାହିଁ।

- Advertisement -

ଏଥି ସହିତ ସ୍ଥାନୀୟ ଥାନା ହୋମ କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ଘର ଉପରେ କଡା ନଜର ରଖିବ। ଏସବୁ ଘରକୁ ଯେପରି ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ହୋଇପାରିବ ତାହା ଜିଲ୍ଲା ପ୍ରଶାସନ ନିଶ୍ଚିତ କରିବ । ପୁଣି ଏହି ଘରକୁ ଯେପରି ସାମାଜିକ ଭାବେ ବାସନ୍ଦ କରାନଯାଏ ତାହା ନିଶ୍ଚିତ କରାଯିବ । ଜିଲ୍ଲାପାଳ ଏସବୁ ନିୟମଗୁଡ଼ିକୁ ବିଦେଶରୁ, ଅନ୍ୟରାଜ୍ୟରୁ ଆସିଥିବା ଲୋକମାନଙ୍କ ଉପରେ ଲାଗୁ କରିବେ । ତେବେ ଜଣେ ବ୍ୟକ୍ତିଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ଶେଷ ହେଲେ ଏହି ଷ୍ଟ୍ରିକର ଜିଲା ପ୍ରଶାସନ ପକ୍ଷରୁ କାଢିଦିଆଯିବ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories