www.samajalive.in
Wednesday, December 10, 2025
18.1 C
Bhubaneswar

ଆସନ୍ତାକାଲି ମଧ୍ୟରାତ୍ରରୁ ବନ୍ଦ ରହିବ ଘରୋଇ ବିମାନସେବା

ନୂଆଦିଲ୍ଲୀ : ମହାମାରୀ କରୋନାର ମୁକାବିଲା କରିବା ପାଇଁ ଭାରତ ସରକାର ପ୍ରଥମେ ଟ୍ରେନ୍ ସେବା ଏବଂ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବା ପରେ ଆସନ୍ତାକାଲି ରାତିଠୁ ବନ୍ଦ ରହିବ ସମସ୍ତ ଘରୋଇ ବିମାନସେବା। ଆସନ୍ତାକାଲି ମଧ୍ୟ ରାତ୍ରରୁ ଦେଶରେ ଘରୋଇ ବିମାନ ସେବା ରଖିବା ନିଷ୍ପତ୍ତି ନିଆଯାଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି।  ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ମଧ୍ୟ ରାତ୍ରରୁ ଦେଶର ସମସ୍ତ ଘରୋଇ ବିମାନ ସେବା ବନ୍ଦ ରହିବ ଏଣୁ ସମସ୍ତ ବିମାନ କମ୍ପାନୀମାନଙ୍କୁ ସୂଚନା ଦିଆଯାଇଛି ଯେ ସେମାନେ ମଙ୍ଗଳବାର ରାତ୍ର ୧୨ ଟା ପୂର୍ବରୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚି ଯାଆନ୍ତୁ। କାରଣ ମଙ୍ଗଳବାର ମଧ୍ୟ ରାତ୍ର ପରେ ଆଉ କୌଣସି ଘରୋଇ ବିମାନ ଉଡାଣ କରିପାରିବ ନାହିଁ। କେବଳ ମାଲବାହୀ ବିମାନ ଗୁଡିକ ପୂର୍ବଭଳି ଉଡାଣ କରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।  ଏହାପୂର୍ବରୁ ରବିବାର ଠାରୁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କରିଥିଲେ। ସେହିପରି ଆସନ୍ତା ୩୧ ତାରିଖ ଯାଏ ଦେଶରେ ଟ୍ରେନ ଚଳାଚଳ ବନ୍ଦ ରହିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories