www.samajalive.in
Saturday, December 6, 2025
23.1 C
Bhubaneswar

ମହାରାଷ୍ଟ୍ରରେ ୫୦ ହଜାର ପାର୍‌ ହେଲା କରୋନା, ପଶ୍ଚିମବଙ୍ଗରେ ମୃତ୍ୟୁ ହାର ସର୍ବାଧିକ ୭.୪୧%

ମୁମ୍ବଇ: ମହାମାରୀ କରୋନା ଭୂତାଣୁ ଯୋଗୁ ମହାରାଷ୍ଟ୍ର ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଦେଶର ଏକ ତୃତୀୟାଂଶରୁ ଅଧିକ ରୋଗୀ କେବଳ ଏହି ଗୋଟିଏ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ କରୋନା ରୋଗୀ ସଂଖ୍ୟା ୫୦ ହଜାର ୨୩୧ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ। ଏଠାରେ ୧୬୩୫ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୩୩ ହଜାର ୯୯୬ ସକ୍ରିୟ ସଂକ୍ରମିତ ଥିବାବେଳେ ୧୪ ହଜାର ୬୦୦ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ପଛକୁ ତାମିଲନାଡୁ ୨ୟ ସ୍ଥାନରେ ରହିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୧୬ ହଜାର ୨୭୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗୁଜରାଟରେ ୩ୟ ସର୍ବାଧିକ ୧୪ ହଜାର ୬୩ ରୋଗୀ ଚିହ୍ନଟ ହୋଇଥିବାବେଳେ ୮୫୮ ଜଣଙ୍କ ମୃତ୍ୟୁ ହୋଇଛି।

ତେବେ ପଶ୍ଚିମବଙ୍ଗରେ କରୋନା ମୃତ୍ୟୁହାର ସର୍ବାଧିକ ରହିଛି। ଭାରତରେ କରୋନା ମୃତ୍ୟୁ ହାର ୨.୮୯% ଥିବାବେଳେ ପଶ୍ଚିମବଙ୍ଗରେ ଏହା ୭.୪୧% ରହିଛି। ଏହି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୬୬୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୭୨ ଜଣଙ୍କ ପ୍ରାଣହାନୀ ଘଟିଛି। ସେହିପରି ମୃତ୍ୟୁ ହାରରେ ଗୁଜରାଟ ୨ୟ ସ୍ଥାନରେ ରହିଛି। ଏଠା​‌ରେ ମୃତ୍ୟୁହାର ୬% ରହିଛି। ଗୁଜରାଟରେ ବର୍ତ୍ତମାନ ସୁଦ୍ଧା ୧୪,୦୬୩ ସଂକ୍ରମିତ ଠାବ ହୋଇଥିବାବେଳେ ୮୫୮ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ମହାରାଷ୍ଟ୍ରରେ ମୃତ୍ୟୁହାର ୩.୨୫% ଏବଂ ମଧ୍ୟପ୍ରଦେଶରେ ୪.୨୫% ରହିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories