ମୁମ୍ବଇ: ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ବିଧାନସଭାରେ ବସିଥିବାବେଳେ ମୋବାଇଲରେ ତାସ୍ ଖେଳୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ରାଜନୈତିକ ମହଲରେ ବିତର୍କ ସୃଷ୍ଟି ହୋଇଛି। ବିରୋଧୀ ଏନ୍ସିିପି (ଶରଦ ପୱାର ଗୋଷ୍ଠୀ) ବିଧାୟକ ରୋହିତ ପୱାର ନିଜର ଏକ୍ସ ଆକାଉଣ୍ଟରେ ଏହି ଭିଡିଓକୁ ଅପ୍ଲୋଡ କରିଛନ୍ତି। ମହାରାଷ୍ଟ୍ରର କୃଷି ମନ୍ତ୍ରୀ ମାଣିକରାଓ କୋକାତେ ବିଧାନସଭାରେ ରମି ଖେଳୁଥିଲେ ବୋଲି ରୋହିତ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ମାଣିକରାଓ କହିଛନ୍ତି ଯେ ସେ ଗୃହରେ ତାସ୍ ଖେଳୁନଥିଲେ। ତାଙ୍କର କୌଣସି ବନ୍ଧୁ ତାସ୍ େଖଳ ଅପ୍ଲୋଡ କରିଛନ୍ତି। ଗୃହ କାର୍ଯ୍ୟ ସମ୍ପର୍କରେ ଜାଣିବାକୁ ସେ ଉଦ୍ୟମ କରୁଥିବାବେଳେ ହଠାତ୍ ଏହି ଖେଳ ମୋବାଇଲ ପରଦାକୁ ଆସିଥିଲା। ଅପରପକ୍ଷରେ ମାଣିକରାଓ ତୁରନ୍ତ ମନ୍ତ୍ରୀପଦରୁ ଇସ୍ତଫା ଦିଅନ୍ତୁ ବୋଲି ଏନସିିପି ସାଂସଦ ସୁପ୍ରିୟା ସୁଲେ ଦାବି କରିଛନ୍ତି। ବିଗତ ତିନିମାସ ମଧ୍ୟରେ ରାଜ୍ୟରେ ୭୫୦ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବାବେଳେ କୃଷି ମନ୍ତ୍ରୀ ବିଧାନସଭାରେ ତାସ୍ ଖେଳିବା ନିହାତି ହାସ୍ୟାସ୍ପଦ ବୋଲି ସୁପ୍ରିୟା କହିଛନ୍ତି। ମାଣିକରାଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିୟା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି।



