www.samajalive.in
Saturday, December 6, 2025
26.1 C
Bhubaneswar

ଚୋରି କରୁଥିଲେ ଲୁହା; ଚୋର ଦଳଙ୍କୁ ଧରିଲେ ଗ୍ରାମବାସୀ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ଥାନା ଅଧିନସ୍ଥ ଅଡମମହେଶପୁର ଗାଁରୁ ଚୋରି କରୁଥିବା ବେଳେ କିଛି ଦୁର୍ବୃତ୍ତଙ୍କୁ ଗ୍ରାମବାସୀ ମାନେ କାବୁ କରିଛନ୍ତି । ଗାଁର ନିର୍ମାଣରତ ମେଘା ପାଣି ଟାଙ୍କି ନିକଟରୁ ଗତକାଲି ବିଳମ୍ବିତ ରାତିରେ ଏକ ଚୋର ଦଳକୁ ଗ୍ରାମବାସୀ ମାନେ ଧରିବାରେ ସକ୍ଷମ ହୋଇଛନ୍ତି । ଚୋର ମାନେ ଏକ ଟାଟାଏସିରେ ଲୁହା ସାମଗ୍ରୀ ଚୋରିକରି ନେଉଥିବାବେଳେ ଗ୍ରାମବାସୀ ମାନେ ତାଙ୍କୁ ଧରିଛନ୍ତି । ଏନେଇ ଖବର ପାଇବା ପରେ ମାହାଙ୍ଗା ପୁଲିସ ଆଜି ସକାଳୁ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଅଞ୍ଚଳର ପାଞ୍ଚ ଜଣ ଯୁବକ ରହିଥିବା ବେଳେ ଜଗତପୁର ଅଞ୍ଚଳର ଜଣେ ଗାଡିଚାଳକ ଓ ଚୋରିରେ ସମ୍ପୃକ୍ତ ଥିବା ଜଣେ ସିକ୍ୟୁରିଟି ଗାର୍ଡ ତଥା ବାସୁଦେବପୁର ପଞ୍ଚାୟତ ବାଣପୁର ଗ୍ରାମର ଅରକ୍ଷିତ ଜେନାକୁ ପୁଲିସ ଗିରଫ କରି ଥାନାକୁ ନେବା ସହ ଏନେଇ ଅଧିକ ପଚରାଉଚରା କରୁଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories