www.samajalive.in
Tuesday, December 9, 2025
16.1 C
Bhubaneswar

ମାହାଙ୍ଗା ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡ଼ିର ପାଲଟା ମାଡ଼: ଶସ୍ତା ରାଜନୀତି କରୁଛି ବିଜେପି

ଭୁବନେଶ୍ୱର: ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିବା ଆରମ୍ଭ କରିଛି । ବିଭିନ୍ନସ୍ଥାନରେ ବିକ୍ଷୋଭ ସହ ଥାନା ଘେରାଉ କରାଯାଇଛି । ଏହି ପ୍ରସଙ୍ଗକୁ ନେଇ ପ୍ରତିପକ୍ଷ ବିଜେପି ଉପରେ ବର୍ଷିଛି ବିଜେଡ଼ି । ଦଳର ମୁଖପାତ୍ର ସୁଲତା ଦେଓ ବିଜେପି ଶସ୍ତା ରାଜନୀତି କରୁଛି ବୋଲି ପାଲଟା ଅଭିଯୋଗ କରିଛନ୍ତି ।

ସୁଲତା କହିଛନ୍ତି ଯେ ଓଡିଶା ବିଜେପି ଅତୀତରେ ମଧ୍ୟ କୁନ୍ଦୁଲି ଏବଂ ରାୟଗଡାର ଟିକିରି ଘଟଣାରେ ଏଭଳି ମିଥ୍ୟା ଆରୋପ ଲଗାଇଥିଲେ। ଟିକିରି ଘଟଣାରେ ଯାହାକୁ ସେମାନେ ଅଭିଯୁକ୍ତ ବୋଲି ଦର୍ଶାଉଥିଲେ ପରବର୍ତ୍ତୀ ସମୟରେ ତାହାକୁ ଦଳୀୟ ଟିକଟ ଦେଇ ନିର୍ବାଚନ ଲଢାଇଥିଲେ।
ଆଶ୍ଚର୍ଯ୍ୟର କଥା ହେଉଛି ଯେ ପରୀ ଘଟଣାରେ ବିଜେପି ଏବେ ଏସ୍‍ଆଇଟିର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି। ନାର୍କୋ ଟେଷ୍ଟ କାହିଁକି କରାଯିବ ବୋଲି ବିଜେପି ପ୍ରଶ୍ନ କରିଛି। ତେବେ ବିଜେପି କ’ଣ ଏସ୍‍ଆଇଟି ମୁଖ୍ୟ ହୋଇ କେଉଁ ପ୍ରକାର ପରୀକ୍ଷା କରାଯିବ ଓ କରାନଯିବ ତାହା ସ୍ଥିର କରିବ କି ପ୍ରଶ୍ନ କରିବା ସହ ବିଜେପି ନିକଟରେ କିଛି ଠୋସ୍‍ ପ୍ରମାଣ ଅଛି ତେବେ  ଅଦାଲତରେ ତାହାକୁ ଉପସ୍ଥାପନ କରୁ ବୋଲି ସୁଲତା କହିଛନ୍ତି ।

- Advertisement -

ବିଜେପିର ମିଥ୍ୟା ଅଭିଯୋଗ ଓ ଶସ୍ତା ରାଜନୀତିକୁ ଓଡିଶାବାସୀ ଭଲ ଭାବେ ବୁଝିବା ସହିତ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଦଳକୁ ତାହାର ପ୍ରମାଣ ଦେଉଛନ୍ତି। ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ବିଜେଡି ସରକାର ଆସାମୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତିବଦ୍ଧ। ଯାହା ଫଳରେ ମୃତକଙ୍କ ପରିବାର ନ୍ୟାୟ ପରିପାରିବେ। ଏଭଳି ଜଘନ୍ୟ ଅପରାଧର ଷଡଯନ୍ତ୍ର ରଚିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ବି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନ୍‍ସିଆରବି ରିପୋର୍ଟ ଅନୁଯାୟୀ ବିଜେପି ଶାସିତ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ରାଜନୈତିକ ହତ୍ୟାକାଣ୍ଡ ଓଡିଶା ଠାରୁ ଢେର ଅଧିକ ରହିଛି। ଅପରାଧିକ କାର୍ଯ୍ୟକଳାପକୁ ନେଇ ବିଜେପି ରାଜନୀତି କରି ତାହାର ସମ୍ବେଦନହୀନତାର ପରିଚୟ ଦେଉଛି। ଏହା ଦର୍ଶାଉଛି ଯେ ସେମାନଙ୍କ ହାତରେ ବାସ୍ତବରେ କୌଣସି ପ୍ରସଙ୍ଗ ନାହିଁ ବୋଲି ଶ୍ରୀମତୀ ଦେଓ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories