www.samajalive.in
Monday, December 15, 2025
14.1 C
Bhubaneswar

ମହାନଦୀରେ ଦ୍ଵିତୀୟ ବନ୍ୟା ସ୍ଥିତି ! ବୁଡ଼ିଛି ଶହ ଶହ ହେକ୍ଟର ଧାନ ଓ ପନିପରିବା ଚାଷ ଜମି

ତିଗିରିଆ – ଚଳିତ ବର୍ଷ ଖରିଫ୍ ଚାଷ ସମୟରେ ଦ୍ଵିତୀୟ ଥର ପାଇଁ ପୁଣି ମହାନଦୀରେ ବନ୍ୟା ଆସିଛି l ପ୍ରଭାବରେ ତିଗିରିଆ ଅଞ୍ଚଳରେ ବ୍ୟାପକ ଧାନଚାଷ ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି l ଗତ ୩ ଦିନ ମଧ୍ୟରେ ପର୍ଯ୍ୟାୟକ୍ରମେ ହୀରାକୁଦ ଜଳଭଣ୍ଡାରରୁ ସର୍ବାଧିକ ୨୬ଟି ଫାଟକ ଦେଇ ଜଳ ନିଷ୍କାସନ ହେବା ସହ ମହାନଦୀ ଅବବାହିକାରେ ତିଗିରିଆ ଓ ବାଙ୍କୀ ଉତ୍ତର କୂଳାଟ ଅଞ୍ଚଳରେ ବର୍ଷା ଯୋଗୁଁ ଉଭୟ ଜଳ ମିଶି ବ୍ଳକର ସର୍ବାଧିକ ଖାଲ ଅଞ୍ଚଳର ଚାଷ ଜମିରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି l

ବାଙ୍କୀ ଘୋଡ଼ାବର ଠାରେ ହୁଳୁହୁଳା ପୋଲ ଉପରେ ବନ୍ୟା ଜଳ ଚାଲିଥିବା ବେଳେ ବିସ୍ତୀର୍ଣ୍ଣ ଧାନ ଜମି ବୁଡି ରହିଛି l ଏହି ବନ୍ୟା ଜଳ କ୍ରମେ ପ୍ରବାହିତ ହୋଇ ସୋମପଡ଼ା ଓ ଖଣ୍ଡହତାକୁ ସଂଯୋଗ କରୁଥିବା ବଡ଼ବନ୍ଧିଆଣି ରାସ୍ତା ଉପରେ ଗତକାଲି ଠାରୁ ପ୍ରାୟ ୨ରୁ ୩ ଫୁଟ୍ ଉଚ୍ଚରେ ପ୍ରବାହିତ ହେଉଛି l ଏଣେ ମହାନଦୀରେ ରବିବାର ରାତିରୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ବନ୍ୟାଜଳ ସ୍ଥିର ରହିଥିବା ଜଣା ପଡ଼ିଛି l ଅଗଷ୍ଟ ମାସରେ ମହାନଦୀରେ ଆସିଥିବା ଚଳିତ ବର୍ଷର ପ୍ରଥମ ବନ୍ୟାରେ ତିଗିରିଆ ବ୍ଳକର ବଡ଼ ନାଉପୁଟ, ପୁରୁଣାତିଗିରିଆ, ହାଟମାଳ ଏବଂ ସୋମପଡ଼ା ପଞ୍ଚାୟତର ବଡ ବନ୍ଧ ଏବଂ ଚଷାଆଁରା ପାଟ ଗହୀର ସମେତ ଏଥି ସଂଲଗ୍ନ ବିଭିନ୍ନ ନାଳ ପାର୍ଶ୍ଵବର୍ତ୍ତୀ ଖାଲୁଆ ଅଞ୍ଚଳରେ ବନ୍ୟା ଜଳ ମାଡ଼ି ଯାଇଥିଲା l

- Advertisement -

ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଚାଷ ଜମିରୁ ବନ୍ୟା ଜଳ ଛାଡ଼ି ନଥିଲା l ଏବେ ଦ୍ଵିତୀୟଥର ପାଇଁ ପୁନର୍ବାର ବନ୍ୟାରେ ଧାନ ସମେତ ପନିପରିବା ଚାଷ ବୁଡ଼ି ରହିବା ଯୋଗୁଁ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି l ପ୍ରଥମ ବନ୍ୟା ପରେ ପରେ ଚାଷୀ ଧାନ ଚାଷରେ କ୍ଷତିଗ୍ରସ୍ତ କ୍ଷେତର ପୁନରୁଦ୍ଧାର କରିଥିଲା l ହଜାର ହଜାର ଟଙ୍କା ଖର୍ଚ୍ଚ ଚାଷୀ ସାର ଓ କୀଟନାଶକ ପକାଇ ଧାନ ବଢାଇ ଥିବା ବେଳେ ତାହା ପୁଣି ଥରେ ବନ୍ୟା ଜଳରେ ବୁଡ଼ି ଯାଇଛି l ଆଉ ଦିନେ ଦୁଇ ଦିନ ଏଭଳି ବନ୍ୟା ପରିସ୍ଥିତି ଲାଗି ରହିଲେ ଉପରୋକ୍ତ ଅଞ୍ଚଳର ଚାଷୀମାନେ ଭୀଷଣ ଭାବେ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି l ଅପର ପକ୍ଷରେ ହୀରାକୁଦରୁ ଯଦି ଆଉ ଅଧିକ ଫାଟକ ଦେଇ ଜଳ ନିଷ୍କାସନ କରା ନଯାଏ ତେବେ ଏହି ବନ୍ୟା କୌଣସି ଜନ ବସତିକୁ ପ୍ରଭାବିତ କରିବାର ସମ୍ଭାବନା ନାହିଁ ବୋଲି ଜଣାପଡିଛି l ବନ୍ୟା ଛାଡ଼ିଯିବା ପରେ ଚାଷ କ୍ଷୟକ୍ଷତି ଆକଳନ କରାଯିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି |

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories