www.samajalive.in
Saturday, December 6, 2025
26.1 C
Bhubaneswar

ମହାନଦୀ ନ୍ୟାୟାଧିକରଣର ଦ୍ବିତୀୟ ପର୍ଯ୍ୟାୟ ସମୀକ୍ଷା, ରାୟପୁରରେ ପହଞ୍ଚିଲେ ପ୍ରତିନିଧି ଦଳ

ଝାରସୁଗୁଡ଼ା : ମହାନଦୀ ବିବାଦ ସମାଧାନ ନ୍ୟାୟାଧୀକରଣ (ଟ୍ରିବୁନାଲ) ଦ୍ବିତୀୟ ପର୍ଯ୍ୟାୟ ସମୀକ୍ଷା ଆରମ୍ଭ କରିବେ । ଆଜି ଏହି ପ୍ରତିନିଧି ଦଳ ଦିଲ୍ଲୀରୁ ଆସି ରାୟପୁରରେ ପହଞ୍ଚିଛନ୍ତି । ଶନିବାର ନ୍ୟାୟାଧୀକରଣ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ଆରମ୍ଭ କରିବାକୁ ଥିବାବେଳେ ରବିବାରଠାରୁ କ୍ଷେତ୍ର ପରିଦର୍ଶନରେ ଯିବେ ବୋଲି ସୂଚନା ମିଳିଛି।

ନ୍ୟାୟାଧୀକରଣ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ବେଳେ ଜୋଙ୍କ୍ ଓ ଉପର ମହାନଦୀ ମୁଖ୍ୟ ଉପଅବାବାହିକା, ବଲ୍ଲାର ଜଳାଶୟ, କାଶଦଲ ଓ ସୀଓରିନାରାୟଣ ବ୍ୟାରେଜ; ଅର୍ପା ଭଇଁଷାଝର, ହାସଦେଓ ବାଙ୍ଗୋ ଓ ଦାରୀ ବ୍ୟାରେଜ୍‌; ହାସଦେଓ ଓ ଉପର ମହାନଦୀ ମୁଖ୍ୟ ଉପଅବବାହିକା, ବସନ୍ତପୁର ବ୍ୟାରେଜ, ମିରୋନୀ ବ୍ୟାରେଜ, କଲମା ବ୍ୟାରେଜ ଓ ସୁରଜଗଡ଼ ସେତୁ ପରିଦର୍ଶନ କରିବେ। ମେ ୩ରେ କେଲୋ ପ୍ରକଳ୍ପ ପରିଦର୍ଶନ କରି ଝାରସୁଗୁଡ଼ାରୁ ବିମାନଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ‌ଏଥିରେ ରାଜ୍ୟରୁ ୨୦ ଜଣିଆଁ ପ୍ରତିନିଧି ଦଳ ସାମିଲ ହେବେ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ଏଥିରେ ଲିଗାଲ ଏକ୍ସପାର୍ଟ, ଟେକନିକାଲ ଏକ୍ସପାର୍ଟ ଦଳ ଯୋଗଦେବେ।

- Advertisement -

ସୂଚନାଯୋଗ୍ୟ ଗତ ୧୯ରୁ ୨୨ ତାରିଖ ମଧ୍ୟରେ ଛତିଶଗଡ଼ରେ ମହାନଦୀ ଉତ୍ପତ୍ତିସ୍ଥଳରୁ ବିଭିନ୍ନ ଅବବାହିକାରେ ସମୀକ୍ଷା କରିଥିଲେ। ତେବେ କଲମା ବ୍ୟାରେଜରୁ ଛତିଶଗଡ଼ ଜଳ ନିଷ୍କାସନ କରିବାକୁ ନେଇ ଓଡ଼ିଶାରେ ଜୋରଦାର ଚର୍ଚ୍ଚା ହୋଇଥିଲେ ହେଁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା​‌ ୨୦ଟି ଫାଟକ ମଧ୍ୟରୁ ୧୯ଟି ବନ୍ଦ କରି କେବଳ ଗୋଟିଏ ଫାଟକ ଦେଇ ଜଳନିଷ୍କାସନ କରାଯାଉଛି । ଏହାକୁ ନେଇ ହୀରାକୁଦ ମୁଖ୍ୟବନ୍ଧ ବିଭାଗର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇ କହିଛନ୍ତି ଶୁକ୍ରବାର ସକାଳେ ଛତିଶଗଡ଼ର କଲମା ବ୍ୟାରେଜର ୧୫ ଟି ଫାଟକ ମାଧ୍ୟମରେ ମହାନଦୀକୁ ଜଳ ଛଡ଼ା ଯାଉଥିବା ବେଳେ ସନ୍ଧ୍ୟା ସମୟରେ ମାତ୍ର ଗୋଟିଏ ଫାଟକକୁ ଖୋଲା ରଖାଯାଇଛି। କଲମା ବ୍ୟାରେଜରେ ୬୬ଟି ଫାଟକ ଥିବା ବେଳେ ଏବେ  ୫୨ ନମ୍ବର ଫାଟକ ଦେଇ ଜଳ ନିଷ୍କାସନ ହେଉଛି।
ଛତିଶଗଡ଼ ସବୁ ବେଳେ ଚତୁରତା ପ୍ରଦର୍ଶନ କରି ତଳମୁଣ୍ଡରେ ଥିବା ହୀରାକୁଦକୁ ପର୍ଯ୍ୟାପ୍ତ ଜଳ ନିଷ୍କାସନ କରୁନାହିଁ। ଏମିତିରେ ଓଡ଼ିଶାର ମହାନଦୀକୁ ୨ ମିଲିୟନ ଏକର ଫୁଟ ଜଳର ଆବଶ୍ୟକତା ରହୁଥିବା ବେଳେ ସବୁ ବେଳେ ୧ ମିଲିୟନ ଏକର ଫୁଟରୁ ୧.୪ ମିଲିୟନ ଏକର ଫୁଟ ଜଳ ମହାନଦୀ ଗଚ୍ଛିତ ରହୁଛି। ତେବେ ହୀରାକୁଦ ବିବାଦ ସମାଧାନ ପାଇଁ ଗଠନ କରାଯାଇଥିବା ନ୍ୟାୟାଧୀକରଣର ସମୀକ୍ଷା ପ୍ରକ୍ରିୟା ଜାରି ରହିଥିବା ବେଳେ ଟ୍ରିବୁନାଲର ବିଚାର ଉପରେ ହୀରାକୁଦର ଭାଗ୍ୟ ନିର୍ଭର କରୁଛି। ଟ୍ରିବୁନାଲର ବିଚାରପତି ଓ ବିଶେଷଜ୍ଞ ଦଳ ପ୍ରଥମ ପର୍ଯ୍ୟାୟରେ ଗତ ୧୯ରୁ ୨୨ ମଧ୍ୟରେ ମହାନଦୀର ଉତ୍ପତ୍ତି ସ୍ଥଳ ଛତିଶଗଡ଼ ପାର୍ଶ୍ବର ବିଭିନ୍ନ ନଦୀବନ୍ଧ ଓ ଆନିକଟ ପରିଦର୍ଶନ କରିଥିଲେ।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories