www.samajalive.in
Saturday, December 13, 2025
14.1 C
Bhubaneswar

ଡିସେମ୍ବର ୫ରେ ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ବର: ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହୋଇଛି। ଅପରପକ୍ଷରେ ନୂଆ ଆବେଦନର ଶୁଣାଣି ସମୟ ନିର୍ଦ୍ଧାରଣ ପାଇଁ ୨ ପକ୍ଷଙ୍କୁ ଟ୍ରିବ୍ୟୁନାଲ୍‌ ପରାମର୍ଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଡିସେମ୍ବର ୫ରେ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି ବୋଲି ସୂଚନା ଦିଆଯାଇଛି।

ଆଜିର ଶୁଣାଣି ବେଳେ ୨ଟି ଦାବି ରଖିଲା ଓଡ଼ିଶା। ଅଣମୌସୁମୀରେ ହୀରାକୁଦକୁ ନିର୍ଦ୍ଧିଷ୍ଟ ପରିମାଣର ଜଳ ଛାଡ଼ିବା ନିଷ୍ପତ୍ତି ହୋଇ ପାରୁନାହିଁ। ସମାଧାନ ବାହାର ପାଇଁ ବୈଠକରୁ କୌଣସି ସୁଫଳ ମିଳିପାରୁନାହିଁ। ଡିସେମ୍ବରର କୌଣସି ଏକ ତାରିଖରେ ଟ୍ରିବ୍ୟୁନାଲ୍‌ ରାୟ ଦେବାକୁ ଓଡ଼ିଶାର ଦାବି। ପକ୍ଷଭୁକ୍ତ ରାଜ୍ୟମାନଙ୍କ ଦସ୍ତାବିଜ ଓ ନଥିପତ୍ର ଆଦାନ ପ୍ରଦାନ ପ୍ରସଙ୍ଗ ଉଠିଲା। ଆସେସର୍‌ମାନଙ୍କ କମନ୍‌ ଇନ୍‌ଫର୍ମେସନ୍‌ ଫର୍ମାଟ୍‌ ଚୂଡ଼ାନ୍ତ ହୋଇଛି। କମନ୍‌ ଇନ୍‌ଫର୍ମେସନ୍‌ରେ ଛତିଶଗଡ଼ ବ୍ୟାଜେ୍‌ ତଥ୍ୟ ଦାବି କଲା ଓଡ଼ିଶା। ଛତିଶଗଡ଼ କେତେ ବ୍ୟାରେଜ୍‌ କରିଛି, ଏହାର କ୍ଷମତା, ଉଚ୍ଚତା ତଥ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ଓଡ଼ିଶା ଦାବି କରିଛି। ଛତିଶଗଡ଼ ତଥ୍ୟ ନ ଦେଲେ ଓଡ଼ିଶାକୁ ଟ୍ରିବ୍ୟୁନାଲ୍‌ରେ ଆବେଦନ ପାଇଁ ଅନୁମତି ଦେବାକୁ ନିବେଦନ କରାଯାଇଛି।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories