www.samajalive.in
Thursday, December 11, 2025
26.1 C
Bhubaneswar

ଜି.ଆର.ଏସଙ୍କ ମନମୁଖୀ କାର୍ଯ୍ୟ ଉପରେ ବି.ଡି.ଓଙ୍କ କାର୍ଯ୍ୟାନୁଷ୍ଠାନ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଏବଂ ବାଣୀଭୂଷଣପୁର ପଂଚାୟତ ଦାୟିତ୍ୱରେ ଥିବା ଜନୈକ ଜି.ଆର.ଏସ ସରୋଜ ମହାକୁଡଙ୍କ ମନମୁଖୀ କାର୍ଯ୍ୟ ଏବଂ ଉପରସ୍ଥ କର୍ମଚାରୀଙ୍କୁ ତାତ୍ସଲ୍ୟ, ଅସମ୍ମାନ ତାଙ୍କୁ ମହଙ୍ଗା ପଡିଛି। ସଂପୃକ୍ତ ଜି.ଆର.ଏସଙ୍କ ବିରୁଦ୍ଧରେ  ହରଭଙ୍ଗା ବି.ଡି.ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଭଳି ଏକ ପ୍ରଥମ ଘଟଣା ନଜରକୁ ଆସିଛି। ଫଳରେ ଜନୈକ ଜି.ଆର.ଏସଙ୍କୁ ତୁରନ୍ତ ଦୁଇ ପଂଚାୟତର କାର୍ଯ୍ୟଭାର ପ୍ରଦାନ କରିବା ସହିତ ସଂପୃକ୍ତ ପଂଚାୟତରୁ ବିତାଡିତ ପାଇଁ ବି.ଡି.ଓଙ୍କ ପତ୍ର ସଂଖ୍ୟା-୪୪୨୮ /୬/୧୧/୨୦ରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦଆଯାଇଛି। ବି.ଡି.ଓଙ୍କ ପତ୍ର ଅନୁସାରେ  ବ୍ଲକର ପୁରୁଣାକଟକ ଏବଂ ବାଣୀଭୂଷଣପୁର ଭଳି ଦୁଇ ପଂଚାୟତର ସଂରପଚ ଜି.ଆର.ଏସ ସରୋଜ ମହାକୁଡଙ୍କ ସରକାରୀ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ସ୍ଥାନୀୟ ବି.ଡି.ଓଙ୍କୁ ଯଥାକ୍ରମେ ପତ୍ର ସଂଖ୍ୟା-୭୦/୨୭.୧୦.୨୦ ଏବଂ ୧୪୦/୨୯.୧୦.୨୦ରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଦୁଇ ସଂରପଚଙ୍କ ଅଭିଯୋଗ ମୁତାବକ ବି.ଡି.ଓ ଘଟଣାକୁ ଗୁରୁତର ସହ ଗ୍ରହଣ କରି  ତଦନ୍ତ ଆରମ୍ଭ କରିଥିଲେ। ଜି.ଆର.ଏସ ଶ୍ରୀ ମହାକୁଡ ମନରେଗା ସମ୍ପର୍କିତ କାର୍ଯ୍ୟ ଉପରେ ଖରାପ ପ୍ରଦର୍ଶନ ସହିତ ଗ୍ରାମୀଣ ଆବାସ ସମ୍ପର୍କିତ ୭ଟି ରେଜିଷ୍ଟର ଏବଂ କେସ ରେକର୍ଡ ପରିଚାଳନା କରୁନଥିବା ଦର୍ଶାଯାଇଛି। ଏହା ସହିତ ଗତ ୬ତାରିଖ ଦିନ ଅଫିସ ହ୍ୱାଟ୍ସଅପ ଗ୍ରୁପରେ ବି.ଡି.ଓ ଏବଂ ଏ.ପି.ଓ ଭଳି ଦୁଇ ଉପରିସ୍ଥ କର୍ମଚାରୀଙ୍କୁ ତାତ୍ସଲ୍ୟ ଏବଂ ଅସମ୍ମାନ କଲାଭଳି ମେସେଜ ପଠାଇଥିବା ଚିଠିରେ ଦର୍ଶାଯାଇଛି। ଜି.ଆର.ଏସଙ୍କ ଏଭଳି କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ତାଙ୍କ ଠାରୁ ଦୁଇ ପଂଚାୟତର ଦାୟିତ୍ୱଭାର ଫେରାଇ ନିଆଯିବା ସହିତ ତୁରନ୍ତ କାର୍ଯ୍ୟଭାର ପଂଚାୟତ ଅଫିସରଙ୍କୁ ପ୍ରଦାନ ପାଇଁ ପତ୍ରରେ କଡା ନିର୍ଦ୍ଦେଶ ରହିଛି। ଏସଂର୍ପକରେ ବୌଦ୍ଧ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦ୍ଦେର୍ଶକ, ଦୁଇ ପଂଚାୟତ ସଂରପଚ ଏବଂ ସଂପୃକ୍ତ ଜି.ଆର.ଏସଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ସାରା ବ୍ଲକରେ ଚର୍ଚ୍ଚା ଜୋର ଧରିଛି। ଏସଂର୍ପକରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରାଙ୍କୁ ପଚାରିବାରୁ ଜି.ଆର.ଏସ ସରୋଜ ମହାକୁଡଙ୍କ ମନମୁଖୀ କାର୍ଯ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଥିଲେ। ଏ ସଂର୍ପକରେ ସଂପୃକ୍ତ ଜି.ଆର.ଏସ ସରୋଜ ମହାକୁଡଙ୍କ ପ୍ରତିକ୍ରିୟା ପାଇଁ ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ନ ଉଠାଇବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories