www.samajalive.in
Monday, December 8, 2025
24.1 C
Bhubaneswar

ଜାତୀୟତା ଭାବ ଜାଗ୍ରତ କରିଥିଲା ସୁବ୍ରମଣ୍ୟ ଭାରତୀଙ୍କ କବିତା – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଆନ୍ତର୍ଜାତିକ ଭାରତୀ ଉତ୍ସବ-୨୦୨୦ରେ ଉଦବୋଧନ ଦେଇଛନ୍ତି। ଚେନ୍ନାଇର ବାନ୍‍ବିଲ୍‍ ସାଂସ୍କୃତିକ କେନ୍ଦ୍ରଦ୍ୱାରା ଏହି ଉତ୍ସବର ଆୟୋଜନ କରାଯାଇଥିଲା। କୋଭିଡ-୧୯ ଯୋଗୁଁ କାର୍ଯ୍ୟକ୍ରମକୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ କରାଯାଇଥିଲା। ମହାକବି ସୁବ୍ରମଣ୍ୟ ଭାରତୀଙ୍କ ୧୩୮ତମ ଜୟନ୍ତୀ ପାଳନ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ କ୍ଷମତାପନ୍ନ କରିବା ପାଇଁ ପ୍ରୟାସ କରୁଛନ୍ତି। ମହିଳାମାନଙ୍କୁ କ୍ଷମତାପନ୍ନ କରିବା ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଦର୍ଶନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି, ମହିଳାମାନେ ବର୍ତ୍ତମାନ ସଶସ୍ତ୍ର ବାହିନୀରେ ଅଫିସର ଭାବେ ଯୋଗ ଦେଉଛନ୍ତି ଓ ସେମାନଙ୍କୁ ସ୍ଥାୟୀ କମିଶନ୍‍ ପ୍ରଦାନ କରାଯାଉଛି।

ସେ କହିଛନ୍ତି, ୧୫ କୋଟି ମହିଳାଙ୍କୁ ମୁଦ୍ରା ଋଣ ଦିଆଯାଇଛି ଓ ସେମାନେ ଅର୍ଥନୈତିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହୋଇପାରିଛନ୍ତି। ମହାକବି ସୁବମଣ୍ୟ ଭାରତୀ ଜାତୀୟତା ଓ ତାମିଲ୍‍ ଭାଷାର ଗୌରବକୁ ସର୍ବଦା ସମ୍ମାନ ଦେଇ ଆସିଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍‍ ମାଧ୍ୟମରେ ଚଳିତ ବର୍ଷର ଭାରତୀ ପୁରସ୍କାର ଲେଖକ ସିନି ବିଶ୍ୱନାଥନ୍‍ଙ୍କୁ ପ୍ରଦାନ କରିଛନ୍ତି। ସିନି ବିଶ୍ୱନାଥନ୍‍’ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଉପରେ ଅନେକ ସଙ୍କଳନ ପ୍ରସ୍ତୁତ କରିଛନ୍ତି। ତାମିଲ୍‍ ଭାଷାରେ ବାନ୍‍ବିଲ୍‍ର ଅର୍ଥ ହେଉଛି ଇନ୍ଦ୍ରଧନୁ ଓ ଏହା ଏକତାର ସଙ୍କେତ ବହନ କରେ। ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ବକ୍ତବ୍ୟରେ କହିଥିଲେ, ମହାକବି ସୁବ୍ରମଣ୍ୟ ଭାରତୀଙ୍କ କବିତାଗୁଡ଼ିକ ସ୍ୱାଧୀନତା ସଂଗ୍ରାମ ସମୟରେ ଲୋକମାନଙ୍କ ମଧ୍ୟରେ ଜାତୀୟତା ଭାବ ଜାଗ୍ରତ କରିଥିଲା। ତାମିଲ୍‍ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories