www.samajalive.in
Tuesday, December 9, 2025
17.1 C
Bhubaneswar

କେବିସି ହଟ୍ ସିଟରେ ସସ୍ମିତା, ୩ ଲକ୍ଷ ୨୦ ହଜାର ଟଙ୍କା ପୁରସ୍କାର ଜିଣିଲେ

ସମ୍ବଲପୁର: ଭୁବନେଶ୍ବରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗର ସହକାରୀ ପ୍ରଫେସର ଡ.ସସ୍ମିତା କର ସୋନି ଚ୍ୟାନେଲର ଲୋକପ୍ରିୟ ଟେଲି ଶୋ’ ‘କୌନ ‌ବନେଗା କରୋଡ଼ପତି’ରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟସିଟରେ ବସିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଶେଷ ରାଉଣ୍ଡରେ ଅମିତାଭ ପଚାରିଥିବା ୧୦ଟି ପ୍ରଶ୍ନର ଠିକ ଉତ୍ତର ଦେଇ ୩ ଲକ୍ଷ ୨୦ ହଜାର ଟଙ୍କା ପୁରସ୍କାର ଜିତିଛନ୍ତି। ତାଙ୍କ ସମସ୍ତ ଲାଇଫ୍‌ ଲାଇନ ଶେଷ ହୋଇ ଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଆରମ୍ଭରେ ନୋବେଲ ପୁରସ୍କାର କେଉଁ ଦିବସର ସ୍ମୃତିରେ ଦିଆଯାଏ ପ୍ରଶ୍ନର ଠିକ ଉତ୍ତର ଦେଇ ନପାରି ଓହରି ଯାଇଥିଲେ। ସସ୍ମିତା କେବିସି ପାଇଁ ମନୋନୀତ ହେବା ଗତ ନଭେମ୍ବର ୨୧ ଓ ୨୩ ତାରିଖ ମୁମ୍ବାଇରେ ଅବସ୍ଥାନ କରିଥିଲେ। ସେଠାରେ ଆଜି ପ୍ରଦର୍ଶୀତ ଏପିସୋଡ୍ ର ସୁଟିଂ ହୋଇଥିଲା। ଗତ ଗୁରୁବାର ଓ ଆଜି ତାହା ସୋନି ଚ୍ୟାନେଲରେ ପ୍ରସାରିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଭାରତୀୟ ସିନେ ଅଭିନୟ ଜଗତର ମହାନାୟକ ଅମିତାଭ ସସ୍ମିତାଙ୍କ ପିଏଚ୍‌ଡି ସନ୍ଦର୍ଭରେ ଅତିବଡ଼ି ଜଗନ୍ନାଥ ଦାସକୃତ ଓଡ଼ିଆ ଭାଗବତ ପୁରାଣର ଶୈକ୍ଷିକ ପ୍ରାସଙ୍ଗିକତା ବିଷୟରେ ଅବଗତ ହୋଇଥିଲେ ଓ ଏହାର ମହତ୍ୱକୁ ଉପଲବ୍ଧି କରି ସେ ଭାଗବତ ପୁରାଣ ପଢ଼ିବେ ବୋଲି କହିଥିଲେ। କେବିସି ହଟ୍‌ସିଟ୍‌ରେ ଅମିତାଭଙ୍କ ସମ୍ମୁଖରେ ବସି ତାଙ୍କ ପ୍ରଶ୍ନର ସାମନା କରିବା ଏକ ରୋମାଞ୍ଚକର ଅନୁଭବ ବୋଲି ସସ୍ମିତା କହିଛନ୍ତି। ତାଙ୍କର ଏହି ସଫଳତାରେ ତାଙ୍କ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କଠାରୁ ଅଭିନନ୍ଦନର ସୁଅ ଛୁଟୁଛି। ସମ୍ବଲପୁରର ଶିକ୍ଷାବିତ୍‌ ସ୍ୱର୍ଗତ ବାଳକୃଷ୍ଣ କରଙ୍କ ସାନବୋହୂ ଓ ସାମ୍ବାଦିକ ସୁକାନ୍ତ କରଙ୍କ ପତ୍ନୀ ସସ୍ମିତା କଟକ ଜିଲା ପହଙ୍ଗା (ନିଆଳି) ନିବାସୀ ବଟକୃଷ୍ଣ ଷଡ଼ଙ୍ଗୀଙ୍କ କନିଷ୍ଠା କନ୍ୟା ଅଟନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories