ବୁଧ ନିକଟ ଯିବା ସମୟରେ ପ୍ରଥମ ସେଲଫି ପଠାଇଲା ମହାକାଶ ଯାନ
ନ୍ୟୁୟର୍କ . – ବୁଧ ନିକଟକୁ ବ୍ରିଟେନ ଦ୍ୱାରା ଏକ ମହାକାଶ ଯାନ ପ୍ରେରଣ କରାଯାଇଛି । ଏହାର ନାମ ବେପିକଲୋମ୍ବୋ । ବୁଧ ନିକଟକୁ ଏହା ସାତ ବର୍ଷ ଧରି ଯାତ୍ରା କରିବା । ଏହା ମଧ୍ୟରେ ମହାକାଶ ଯାନଟି ଅନେକ ଫଟୋ ଉତ୍ତୋଳନ କରିବା ସହ ବିଭିନ୍ନ ଗବେଷଣାରେ ସହାୟକ ହେବ ।
ଏହି ମହାକାଶ ଯାନଟି ବୁଧ ନିକଟକୁ ଯାତ୍ରା କରିବା ସମୟରେ ନିଜର ପ୍ରଥମ ଫଟୋ ଉଠାଇ ପ୍ରେରଣ କରିଛି । ମହାକାଶ ବିଜ୍ଞାନୀମାନେ ଏହାକୁ ଯାନର ପ୍ରଥମ ସେଲଫି ବୋଲି ଆଖ୍ୟା ଦେଇଛନ୍ତି । ଏଥିରେ ମହାକାଶ ଯାନ ଏଥିରେ ଖଞ୍ଜା ଯାଇଥିବା ସୋଲାର ପ୍ୟାନେଲ ଫଟୋ ଉତ୍ତୋଳନ କରିଛି । ଏହି ପ୍ୟାନେଲ ଉପରେ ସୂର୍ଯ୍ୟ କିରଣ ପଡିଛି । ଏହା ୨୦୨୫ରେ ଜାପାନ ଓ ୟୁରୋପର ବିଭିନ୍ନ ଦେଶ ଦ୍ୱାରା ପ୍ରେରଣ କରାଯାଇଥିବା ମହାକାଶ ଯାନର ସ୍ଥାନ ନେବା ସହ ବୁଧକୁ ପରିକ୍ରମା କରିବ ।