www.samajalive.in
Monday, December 8, 2025
13.1 C
Bhubaneswar

ବିଶିଷ୍ଟ ଗାନ୍ଧୀବାଦୀ ଶିକ୍ଷକ ନେତା ତଥା ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ

କୁଆଁପାଳ: କଟକ ଜିଲା ଅର୍ନ୍ତଗତ ମାହାଙ୍ଗାର ଗାନ୍ଧିବାଦୀ ନେତା, ବିହନ ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ଚିକିତ୍ସାଧୀନ ଅବସ୍ତାରେ ଗତକାଲି ବିଳମ୍ବିତ ରାତିରେ ୮୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଗତ ବର୍ଷ ମାହାଙ୍ଗାର ଦୁଇ ପ୍ରଦୀପ ପୂର୍ବତନ ମନ୍ତ୍ରୀ ସେକ ମତଲୂବ ଅଲି ଓ ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କୁ କରୋନା ମହାମାରୀ ଇହଜଗତରୁ ଛଡାଇ ନେଇଥିବା ବେଳେ ଆଜି ତାଙ୍କୁ ବି ଛଡାଇ ନେଇଛି। ଏହା ମାହାଙ୍ଗା ଅଞ୍ଚଳ ପାଇଁ ବଡ ଦୁଃଖଦ ଖବର। ତାଙ୍କର ଶାନ୍ତ ସରଳ ଭଦ୍ର ଆମାୟିକ ଗୁଣ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା। ରାଜନୀତିରେ ରହି ସଚ୍ଚୋଟ ନିଷ୍ଠାପର ଓ ଆଦର୍ଶ ପ୍ରତିଷ୍ଠା କରିବାରେ ସେ ଥିଲେ ଉଦାହରଣ। ବିହନ ନିଗମ ଅଧ୍ୟକ୍ଷ ହେଉ ବା କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ରୂପେ ଦାୟିତ୍ଵ ନେଇ ସେ ବେଶ୍ ସଫଳ ହୋଇଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅନ୍ତରଙ୍ଗ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିୟ ଭାଜନ ଥିଲେ ସେ।

ବିଧାୟକ ଥାଇ ବିଧାନସଭାରେ ବିଧାୟକମାନଙ୍କ ବେତନ ବୃଦ୍ଧିକୁ ବିରୋଧ କରିବାରେ ସେ ଥିଲେ ପ୍ରଥମ ବିଧାୟକ। ୬୧୦ ଯୋଜନାରେ ସାରା ରାଜ୍ୟର ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ କରିବା ଏବଂ ଛଟେଇ ଈଜିଏସ ୨୨,୦୦୦ରୁ ଉର୍ଦ୍ଧ୍ବ ଶିକ୍ଷକଙ୍କୁ ଗଣଶିକ୍ଷକରେ ରୂପାନ୍ତରିତ କରି ନିୟମିତ କରିବାରେ ତାଙ୍କର ଅବଦାନ ଇତିହାସ ହୋଇ ରହିବ। ଶିକ୍ଷା ଗ୍ରହଣ ପରେ ଗାଁ ଗହଳିରୁ ହାତ ମୁଠି ଚାଉଳ ଧାନ ମୁଗ ବିରି ଭିକ୍ଷା କରି କୁଆଁପାଳରେ ପ୍ରତିଷ୍ଠା କରିଥିଲେ ଜେ ଏନ୍ କଲେଜ। କଲେଜ ପ୍ରାଣ ପ୍ରତିଷ୍ଠାତା ଥାଇ ରାଜ୍ୟରେ ବହୁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାରେ ତାଙ୍କର ଭୂମିକା ଅବର୍ଣ୍ଣନୀୟ।

- Advertisement -

ତାଙ୍କ ବିୟୋଗରେ ପଚାଂୟତିରାଜ, ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଶୋକ ବାର୍ତାରେ କହିଛନ୍ତି ଯେ ଶ୍ରୀ ବର୍ମାଙ୍କ ବିୟୋଗ ଖବର ପାଇ ସେ ଦୁଃଖିତ। ସ୍ୱର୍ଗତ ଶ୍ରୀ ବର୍ମା ଓଡିଶା କାଜୁ ନିଗମର ଅଧ୍ୟକ୍ଷ ଥିଲେ। ଜଣେ ଶିକ୍ଷକ ନେତା ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ଜଣେ ମିଷ୍ଠଭାଷୀ, ସରଳ, ନିଷ୍କପଟ ପରୋପକାରୀ, ବନ୍ଧୁବଚ୍ଛଳ, ସମାଜସେବୀ ଥିଲେ। ମାହାଙ୍ଗା ଅଂଚଳର ବିକାଶ ପାଇଁ ସେ ସ୍ମରଣୀୟ ହୋଇ ରହିବେ। ତାଙ୍କର ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରି ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories