ଆକର୍ଷଣୀୟ ହେବ ମହାକୁମ୍ଭ ୨୦୨୫, ପ୍ରସ୍ତୁତି ଜୋରଦାର

ଡେସ୍କ: ମହାକୁମ୍ଭ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଉତ୍ତରପ୍ରଦେଶ ମନ୍ତ୍ରୀ ତଥା ବିଜେପି ନେତା ଦୟାଶଙ୍କର ସିଂହ ଗୁରୁବାର କହିଛନ୍ତି ଯେ ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ ପାଇଁ କର୍ତ୍ତୃପକ୍ଷ ୭ ହଜାର ନୂତନ ଇଲେକ୍ଟ୍ରିକ୍ ଏବଂ ସିଏନଜି ଚାଳିତ ବସର ବ୍ୟବସ୍ଥା କରିଛନ୍ତି ଏବଂ ୧.୫ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି।

prayash

ଏହା ବ୍ୟତୀତ ସଙ୍ଗମ ଅଞ୍ଚଳରୁ ପୁରୁଣା ଓ ଜରାଜୀର୍ଣ୍ଣ ଡଙ୍ଗାଗୁଡ଼ିକୁ ହଟାଇ ନୂତନ ଭାବେ ନିର୍ମିତ ଭାସୁଥିବା ଜେଟିରେ ପରିଣତ କରାଯାଉଛି। ଡିଜେଲ ବସ୍ ଗୁଡ଼ିକୁ ମହାକୁଂଭ ପରିସରରେ ପ୍ରବେଶ କରିବାକୁ ବାରଣ କରାଯିବ। ଏହି ମେଳା ପାଇଁ ପ୍ରବାସୀ ଭାରତୀୟଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି।

ଏହାଛଡା ସଙ୍ଗମରେ ମହିଳା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ୧୨ଟି ସ୍ବତନ୍ତ୍ର ୟୁନିଟ୍ ପ୍ରତିଷ୍ଠା କରାଯାଉଛି। ପ୍ରତ୍ୟେକ ୟୁନିଟର ଲମ୍ବ ୨୫ ମିଟର ଓ ପ୍ରସ୍ଥ ୬ ମିଟର ହେବ ଏବଂ ରୀତିନୀତି ଓ ସ୍ନାନ ପରେ ସୁବିଧା ସୁନିଶ୍ଚିତ କରିବା ପାଇଁ ଚେଞ୍ଜିଂ ରୁମ୍ ବ୍ୟବସ୍ଥା କରାଯିବ।

kalyan agarbati

Comments are closed.