www.samajalive.in
Monday, December 8, 2025
27.1 C
Bhubaneswar

ପବିତ୍ର ମାଘ ସପ୍ତମୀର ପୌରାଣିକ କଥା

ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିକୁ ମାଘ ସପ୍ତମୀ ବା ରଥ ସପ୍ତମୀ କୁହାଯାଏ । ଏହି ଦିନକୁ ସକଳ ଶକ୍ତିର ଆଧାର ସୂର୍ୟ୍ୟ ଦେବତାଙ୍କ ଜୟନ୍ତୀ ଭାବେ ପାଳନ କରାଯାଏ । ଏହି ଦିନରେ ଚନ୍ଦ୍ରଭାଗାରେ ବୁଡ ପକାଇବା ବା ପବିତ୍ର ସ୍ନାନ କରିବାର ପରମ୍ପରା ରହିଛି । ବିଶ୍ବାସ କରାଯାଏ ଏହି ଦିନ ଚନ୍ଦ୍ରଭାଗାରେ ବୁଡ ପକାଇବା ଦ୍ବାରା ଅନେକ ରୋଗବ୍ୟାଧିରୁ ମୁକ୍ତି ମିଳିବା ସହ ଉତ୍ତମ ସ୍ବାସ୍ଥ୍ୟ ଲାଭ ହୋଇଥାଏ । ତେଣୁ ମାଘ ସପ୍ତମୀରେ ବୁଡ ପକାଇବାକୁ ଦେଶ ବିଦେଶରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।

ପୌରାଣିକ କଥା ଅନୁଯାୟୀ, ମାଘ ସପ୍ତମୀରେ ଅଦିତିଙ୍କ ଗର୍ଭରୁ ସୂର୍ଯ୍ୟଦେବତା ଜନ୍ମ ଲାଭ କରିଥିଲେ । ରାଜା ଯଶୋବର୍ମାଙ୍କ ରୁଗ୍ଣ-ବ୍ୟାଧିଗ୍ରସ୍ତ ପୁତ୍ର ମାଘ ସପ୍ତମୀ ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରି ରୋଗ ମୁକ୍ତ ହୋଇଥିଲେ । ସେହି ଦିନଠାରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି । ଏହା ସହ ମାଘ ସପ୍ତମୀରେ କେତେକ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଦକ୍ଷିଣ ଭାରତର କେତେକ ବୈଷ୍ଣବ ମନ୍ଦିରରେ ଏହି ଦିନରେ ସ୍ବତନ୍ତ୍ର ପୂଜାପାଠ ସହ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ସେହିପରି ଉତ୍ତର ଭାରତରେ ଏହି ଦିନ ‘ଅଚଳା ସପ୍ତମୀ’, ‘ରଥ ଆରୋଗ୍ୟ ସପ୍ତମୀ’ ତଥା ‘ସୂର୍ଯ୍ୟ ସପ୍ତମୀ’ ଭାବେ ଖ୍ୟାତ ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories