www.samajalive.in
Monday, December 8, 2025
13.1 C
Bhubaneswar

ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ଼ ପାଇଁ ଟ୍ରାଫିକ କଟକଣା ଜାରି

ଡେସ୍କ: ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ଼ ପାଇଁ ଅତ୍ୟଧିକ ଭିଡ ହେବା ସମ୍ଭାବନା ଥିବାରୁ ସୁରୁଖୁରୁରେ ଟ୍ରାଫିକ୍ ଚଳାଚଳ ପାଇଁ ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ପୁରୀ ପୁଲିସ ଟ୍ରାଫିକ କଟକଣା ଜାରି କରିଛି। ଦ୍ରୁତ ଗାଡ଼ି ଚାଳନା, ଅଧିକ ଯାତ୍ରୀ ପରିବହନ ଓ ଟ୍ରାଫିକ କଟକଣା ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର କହିଛନ୍ତି।

୧. ପୁରୀ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୀ ପଟୁ ଆସୁଥିବା ବସ୍ ଗୁଡିକ ରାମଚଣ୍ଡୀ ପୁଲିସ ଷ୍ଟେସନ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରାଯିବ ଏବଂ ସେହି ବାଟ ଦେଇ ଫେରିବାକୁ ହେବ।
୨. କାକଟପୁର ଓ ନିମାପଡ଼ା ପଟୁ ଆସୁଥିବା ବସ୍ ଗୁଡ଼ିକୁ କୋଣାର୍କ ହେଲିପ୍ୟାଡ୍ ପଡ଼ିଆରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରାଯିବ ଏବଂ ଫେରିବା ସମାନ ମାର୍ଗରେ ରହିବ।
୩. ପୁରୀ ପାର୍ଶ୍ୱରୁ ଆସୁଥିବା ଚାରି ଚକିଆ ଯାନକୁ ରାମଚଣ୍ଡୀ ପୁଲିସ ଷ୍ଟେସନ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରାଯିବ ଏବଂ ସେମାନଙ୍କୁ ସମାନ ମାର୍ଗରେ ଫେରିବାକୁ ହେବ।
୪. କାକଟପୁର ଓ ନିମାପଡ଼ା ପାର୍ଶ୍ୱରୁ ଆସୁଥିବା ଚାରି ଚକିଆ ଯାନକୁ କୋଣାର୍କ ହେଲିପ୍ୟାଡ୍ ପଡ଼ିଆରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରାଯାଇ ସେମାନଙ୍କ ଫେରିବା ସମାନ ରାସ୍ତାରେ ହେବ। କୋଣାର୍କ ହେଲିପ୍ୟାଡ୍ ପଡିଆରେ ପାର୍କିଂ ସ୍ଥାନ ଶେଷ ହେବା ପରେ ସମସ୍ତ ଚାରି ଚକିଆ ଯାନକୁ ଆଇଓସିଏଲ୍ ପାର୍କିଂ ଏବଂ କୋଣାର୍କସ୍ଥିତ ଏଏସ୍ ଆଇ ମ୍ୟୁଜିୟମ୍ ପାର୍ଶ୍ୱରେ ପାର୍କିଂ କରାଯିବ।
୫. ପୁରୀ ପାର୍ଶ୍ୱରୁ ଆସୁଥିବା ଦୁଇ ଚକିଆ ଯାନକୁ ଲାଇଟ୍ ହାଉସ୍ ପାର୍ଶ୍ୱରେ ରାସ୍ତାର ବାମ ପାର୍ଶ୍ୱରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରାଯିବ ଏବଂ ସେମାନଙ୍କ ଫେରିବା ସମାନ ମାର୍ଗରେ ହେବ।
୬. କାକଟପୁର ଓ ନିମାପଡ଼ା ପାର୍ଶ୍ୱରୁ ଆସୁଥିବା ଦୁଇ ଚକିଆ ଯାନ କୋଣାର୍କ ହେଲିପ୍ୟାଡ୍ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରାଯିବ ଏବଂ ସେମାନଙ୍କ ଫେରିବା ସମାନ ମାର୍ଗରେ ହେବ। କୋଣାର୍କ ହେଲିପ୍ୟାଡରେ ପାର୍କିଂ ସ୍ଥାନ ଶେଷ ହେବା ପରେ ସମସ୍ତ ଦୁଇ ଚକିଆ ଯାନକୁ ଆଇଓସିଏଲ୍ ପାର୍କିଂ ଓ କୋଣାର୍କସ୍ଥିତ ଏଏସ୍ ଆଇ ମ୍ୟୁଜିୟମ୍ ପାର୍ଶ୍ୱ ପାର୍କିଂରେ ପାର୍କିଂ କରାଯିବ।
୭. ଟ୍ରାଫିକ୍ ମୋବିଲିଟି ପ୍ଲାନ୍ ଅନୁଯାୟୀ ଆସନ୍ତାକାଲି (ଫେବୃଆରୀ ୩) ଦିନ ୧୨ଟାରୁ ଫେବୃଆରୀ ୪ ତାରିଖ ସକାଳ ୮ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ନିୟନ୍ତ୍ରଣ କରାଯିବ।
୮. ନିମାପଡା/କାକଟପୁର ପାର୍ଶ୍ୱରୁ ପୁରୀ ଯିବାକୁ ଥିବା ଗାଡି ପାଇଁ ଜୁନି ବଜାର ଛକରୁ ନଳକଣା, ସୁତନ ଓ ବାଲି କପିଳେଶ୍ୱର ଦେଇ ଟିକିନା ଛକ ପର୍ଯ୍ୟନ୍ତ ରାସ୍ତାକୁ ଜରୁରୀକାଳୀନ ମାର୍ଗ ଭାବେ ବ୍ୟବହାର କରାଯିବ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories