www.samajalive.in
Saturday, December 6, 2025
26.1 C
Bhubaneswar

ସିଏମ୍‌ କୋଭିଡ -୧୯ ରିଲିଫ ପାଣ୍ଠିକୁ ୯୦ ହଜାର ଟଙ୍କା ଦାନ କରି ଭିକାରୀ ପୁରସ୍କୃତ

ମଦୁରାଇ :  ମଦୁରାର ସଡକରେ ରହୁଥିବା ଜଣେ ଭିକାରୀ ମୁଖ୍ୟମନ୍ତ୍ରୀଙ୍କ କୋଭିଡ -୧୯ ରିଲିଫ ପାଣ୍ଠିକୁ ୯୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେ ଗତ ତିନି ମାସ ମଧ୍ୟରେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଏହି ଟଙ୍କା ଦାନ କରିଛନ୍ତି। ମଇ ୧୮ରେ ପ୍ରଥମ ଥର ପାଇଁ ୧୦ ହଜାର ଟଙ୍କା ଦାନ କରିଥିଲେ। ପରେ ସେ ଆଉ ଆଠ ଥର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରତ୍ୟେକ ଥର ୧୦ ହଜାର ଲେଖାଏଁ ଦାନ କରିଛନ୍ତି। ଭିକାରୀ ଜଣକ ନାମ ହେଉଛି ପୁଲପାଣ୍ଡିଆନ।

ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଜିଲାପାଳଙ୍କ ପୁରସ୍କାର  ପ୍ରାପ୍ତ ବ୍ୟକ୍ତିଙ୍କ ତାଲିକାରେ ପୁଲପାଣ୍ଡିୟନଙ୍କ ନାମ ରହିଥିଲେ। ତେବେ ସେ ଗୋଟିଏ ସ୍ଥାନରେ ରହୁ ନ ଥିବାରୁ ତାଙ୍କୁ ସେହି ଦିନ ପୁରସ୍କାର ମିଳିପାରି ନଥିଲା। ସୋମବାର ଦିନ ପୁଲପାଣ୍ଡିୟନ ନବମ ଥର ପାଇଁ ଟଙ୍କା ପୈଠ କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ସମୟରେ ଅଧିକାରୀମାନେ ତାଙ୍କୁ ସିଧାସଳଖ ଜିଳାପାଳଙ୍କ କୋଠରୀକୁ ନିଆଯାଇଥିଲେ। ସେଠାରେ ଜିଲାପାଳ ତାଙ୍କୁ ପୁରସ୍କୃତ କରିଥିଲେ।

- Advertisement -

ପୁଲପାଣ୍ଡିୟନ ଟୁଟିକୋରିନ୍ ଜିଲ୍ଲାର ମୂଳ ବାସିନ୍ଦା। ଦୁଇ ପୁଅ ଓ ପତ୍ନୀ ତାଙ୍କଠାରୁ ଦୂରେଇ ଯିବା ପରେ ସେ ଭିକ ମାଗିବା ଆରମ୍ଭ କରିଥିଲେ। ଅତୀତରେ ସେ ଭିକ ମାଗି ସରକାରୀ ବିଦ୍ୟାଳୟଗୁଡ଼ିକୁ ଟେବୁଲ, ଚେୟାର କିଣିବା ଏବଂ ଜଳ ସୁବିଧା ଯୋଗାଇବା ପାଇଁ ଟଙ୍କା ଦାନ କରିଥିଲେ।

ଲକଡାଉନ୍ ସମୟରେ ସେ ମଦୁରାଇରେ ଅନ୍ୟ ଲୋକମାନଙ୍କ ସହ ଫସି ରହିଥିଲେ। ସରକାର ତରଫରୁ ମଦୁରାଇ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ସ୍ଥାପିତ ଏକ ଅସ୍ଥାୟୀ ଆଶ୍ରୟସ୍ଥଳକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଖାଦ୍ୟ ଏବଂ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ମିଳୁଥିଲା। କିନ୍ତୁ ପୁଲପାଣ୍ଡିୟନ ପରେ ସେହି ସ୍ଥାନ ଛାଡି ପଳାଇଥିଲେ। ଚାରିଆଡେ ବୁଲିବୁଲି ଭିକ ମାଗି ଯାହା ପାଉଥିଲେ ତାହାକୁ ସେ କୋଭିଡ-୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ ଦାନ କରିବା ଆରମ୍ଭ କଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories