www.samajalive.in
Wednesday, December 10, 2025
16.1 C
Bhubaneswar

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: ୫୩ ବିଦ୍ରୋହୀ ପ୍ରାର୍ଥୀଙ୍କୁ ବହିଷ୍କାର କଲା ବିଜେପି

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ ବିଜେପି ଏହାର ୫୩ ଜଣ ବିଦ୍ରୋହୀ ନେତାଙ୍କୁ ବହିଷ୍କାର କରିଛି। ବିଶୃଙ୍ଖଳା ଅଭିଯୋଗରେ ଏମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବହିଷ୍କୃତ ନେତାଙ୍କ ମଧ୍ୟରେ ବରିଷ୍ଠ ନେତା ସରତାଜ ସିଂହ, ଭିଣ୍ଡ ବିଧାୟକ ନରେନ୍ଦ୍ର କୁଶୱାହା, ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ କୁସ୍ମାରିଆ, ଲତା ମେହସାକି, ଧୀରଜ ପଟେରିଆ, ପୂର୍ବତନ ମେୟର ସମୀକ୍ଷା ଗୁପ୍ତା ଏବଂ ରାଜ କୁମାର ଯାଦବ ପ୍ରମୁଖ ଅର୍ନ୍ତଭୁକ୍ତ। ବୁଧବାର ପ୍ରାର୍ଥିପତ୍ର ପ୍ରାତ୍ୟାହାର କରିବାର ଶେଷ ଦିନ ଥିବା ବେଳେ ଏମାନଙ୍କୁ ନିଜ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ଦଳ ପକ୍ଷରୁ ନିର୍ଦେଶ ଥିଲା। ମାତ୍ର ଏହି ନେତାମାନେ ନିଜ ଜିଦରେ ଅଡି ବସିବାରୁ ବିଜେପିର ପ୍ରମୁଖ ନେତୃବୃନ୍ଦ ଏମାନଙ୍କୁ ଦଳରୁ ବାହାରକୁ ଯିବାର ରାସ୍ତା ଦେଖାଇବାକୁ ଶ୍ରେୟ ମନେ କରିଛନ୍ତି। ଉଲ୍ଲେଖ ଯେ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକାରୁ ବାଦ ପଡିବା ପରେ ସରତାଜ ସିଂହ ଉତ୍‍କ୍ଷୀପ୍ତ ହୋଇ ଗତ ସପ୍ତାହରେ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ତାଙ୍କୁ ତୁରନ୍ତ ହୋଶାଙ୍ଗାବାଦର ପ୍ରାର୍ଥୀ ଘୋଷଣା କରିଥିଲା। ଅନ୍ୟପଟେ କୁସ୍ମାରିଆ ଏବଂ ଗୁପ୍ତା ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ। ୧୨ଟି ଆସନ ପାଇଁ କଂଗ୍ରେସ ନେତାମାନେ ମଧ୍ୟ ବିଦ୍ରୋହାତ୍ମକ ମନୋଭାବ ପୋଷଣ କରିଛନ୍ତି। ବୁଧବାର ପୂର୍ବତନ ବିଧାୟକ କ୍ସାଭିଅର ମେଦାଙ୍କୁ ଦଳରୁ କଂଗ୍ରେସ ବହିସ୍କାର କରିଛି। ନଭେମ୍ବର ୨୮ରେ ୨୩୦ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ଜିତିବା ଲାଗି ବିଜେପି ଏବଂ କଂଗ୍ରେସ ଯୋରଦାର ଉଦ୍ୟମ ଚଳାଇଥିବା ବେଳେ ଉଭୟ ଦଳ ବିଦ୍ରୋହୀ ନେତାଙ୍କୁ ନେଇ ସମସ୍ୟାରେ ପଡିଛି। ନିଜ ନିଜର ସ୍ଥିତି ମଜବୁତ କରିବା ଲାଗି ଏହି ଦଳ ଦ୍ୱୟ ଏମାନଙ୍କ ବିଦ୍ରୋହୀ ନେତାଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ କହି ବିଫଳ ହୋଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories