www.samajalive.in
Sunday, December 14, 2025
26.1 C
Bhubaneswar

ମାଉଣ୍ଟ ମୀର ଆରୋହଣ କଲେ ମଧୁସ୍ମିତା

କଟକ  :  ପର୍ବତାରୋହୀ ମଧୁସ୍ମିତା ପାତ୍ର ନେପାଳର  ମାଉଣ୍ଟ ମୀର (୬.୪୭୬ ) ମିଟର ପର୍ବତକୁ ସଫଳତାର ସହିତ  ଆରୋହଣ କରିଛନ୍ତି। ମଧୁସ୍ମିତାଙ୍କୁ ଗତ ୧୬ରେ ଏସ୍‌ଏନ୍‌ଏମ୍‌  ମାଇନ୍‌ସ ଗ୍ରୁପର  ପରିଚାଳନା ନିର୍ଦେଶକ ପ୍ରବୋଧ ମହାନ୍ତି  ଉକ୍ତ ଅଭିଯାନ ପାଇଁ  ଜାତୀୟ ପତାକା ଦେଖାଇ ଶୁଭକାମନା କରିଥିଲେ।  ମଧୁସ୍ମିତା  ଗତ ୧୯ରେ ନେପାଳର କାଠମାଣ୍ଠୁରୁ ମାଉଣ୍ଟ ମୀର ଆରୋହଣ ଆରମ୍ଭ କରିଥିଲେ।  ପ୍ର​‌ତ୍ୟେକ  ଦିନ ପ୍ରାୟ ୫ରୁ ୬ ଘଣ୍ଟା ପର୍ବତାରୋହଣ କରିଥାନ୍ତି।  ୨୭ରେ ବେସକ୍ୟାମ୍ପ, ୨୮ରେ  ଆଡଭାନ୍ସ ବେସକ୍ୟାମ୍ପରେ ମଧୁସ୍ମିତା ପହଞ୍ଚିଥିଲେ।  ୨୯ ତାରିଖ ସକାଳ ୯ଟା୪୫ରେ  ମାଊଣ୍ଟ ମୀର ୬,୪୭୬ ମିଟର  ଶିଖରରେ ପହଞ୍ଚି ଭାରତୀୟ ଜାତୀୟ ପତାକା ଉଡାଇଥିଲେ।  ଏହି ପର୍ବତାରୋହଣ ଲାଗି ମଧୁସ୍ମିତାଙ୍କୁ ଏସ୍‌ଏନ୍‌ଏମ୍‌  ମାଇନ୍‌ସ ଗ୍ରୁପର  ପରିଚାଳନା ନିର୍ଦେଶକ ପ୍ରବୋଧ ମହାନ୍ତି ଏବଂ  ସ୍ପୋର୍ଟସ ସାଇନ୍ସ ଇଣ୍ଡିଆର ନିର୍ଦେଶକ  ଡ. ସାର୍ଥକ ପଟ୍ଟନାୟକ ସମସ୍ତ ଖର୍ଚ୍ଚ ବହନ କରିଥିଲେ।  ଗଞ୍ଜାମ ଜିଲା  ବ୍ରହ୍ମପୁର  ଗୋସାଣି  ନୂଆଗାଁ ନିବାସୀ ପୂର୍ବତନ ବାୟୁସେନା ଅଧିକାରୀ  ପ୍ରେମାନନ୍ତ ପାତ୍ର ଓ  ପୁଷ୍ପାଞ୍ଜଳି ପାତ୍ରଙ୍କ  କନିଷ୍ଠ କନ୍ୟା   ମଧୁସ୍ମିତା  ଜଣେ ତାଲିମପ୍ରାପ୍ତ  ପର୍ବତାରୋହୀ।  ସେ ୨୦୨୨ରେ  ଭାରତ ସରକାରଙ୍କ ଦ୍ବାରା  ପରିଚାଳିତ  ହିମାଳୟ ପର୍ବତାରୋହଣ  ସଂସ୍ଥା (ଏଚ୍‌ଏମ୍‌ଆଇ)  ଶିକ୍ଷାନୁଷ୍ଠାନରୁ  ଶିକ୍ଷାଲାଭ କରିଥିଲେ। ପରବର୍ତ୍ତୀ ସମୟରେ  ଆଫ୍ରିକା ମହାଦେଶର  ସର୍ବୋଚ୍ଚ  ଶିଖର  ମାଊଣ୍ଟ କିଲିମାଞ୍ଜାରୋ,  ୟୁରୋପର  ମାଉଣ୍ଟ ଏଲବ୍ରୁସ,  ହିମାଚଳ ପ୍ରଦେଶର  ମାଉଣ୍ଟ ଫ୍ରେଣ୍ଡସିପ, ମାଉଣ୍ଟ ରେନନ,  ଚାଦର,  କେଦାରକଣ୍ଟ ଆଦିକୁ ସଫଳତାର ସହିତ ଆରୋହଣ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories