www.samajalive.in
Saturday, December 13, 2025
26.1 C
Bhubaneswar

ମଧୁର ଭଣ୍ଡାରକର ନିର୍ମାଣ କରିବେ ବାଲି ମାଫିଆଙ୍କ ଉପରେ ଚଳଚ୍ଚିତ୍ର

ନୂଆଦିଲ୍ଲୀ : ‘ପେଜ୍‍-୩’ ଏବଂ ‘ଚାନ୍ଦନୀ ବାର’ ଭଳି ଚଳଚ୍ଚିତ୍ର ନିର୍ମାଣ କରିସାରିଥିବା ବଲିଉଡର ଜଣାଶୁଣା ନିର୍ମାତା ନିର୍ଦେଶକ ମଧୁର ଭଣ୍ଡାର କର ନିକଟରେ ବାଲି ମାଫିଆଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଖବର ଅନୁସାରେ ଏହି ସିନେମ।ରେ ମୁଖ୍ୟ ଚରିତ୍ର ପାଇଁ ସେ ଶାହରୁଖ ଖାନଙ୍କୁ ବାଛିଛନ୍ତି।  ଏହି ସିନେମାଟି ଭାରତରେ ଥିବା ବାଲି ମାଫିଆଙ୍କ ଉପରେ ନିର୍ମାଣ ହେବ। ସୂଚନା ମୁତାବକ, ମଧୁର ଭଣ୍ଡାର କର ଶାହରୁଖଙ୍କ ସହ ଏନେଇ ଆଳୋଚନା କରିଛନ୍ତି। ସେ ଶାହରୁଖଙ୍କୁ ଚଳଚ୍ଚିତ୍ରର କାହାଣୀ ଶୁଣାଇଥିଲେ ଯାହା ଶାହରୁଖଙ୍କୁ ବଶ୍ ପସନ୍ଦ ଆସିଛି। ମାତ୍ର ଚଳଚ୍ଚିତ୍ରରେ ଅଭିନୟ କରିବା କଥା ଶାହରୁଖ ନିଶ୍ଚିତ କରି କହିନାହାନ୍ତି।

courtesy-the National

କିଛିଦିନ ତଳେ ବଲିଉଡ୍‌ ବାଦଶାହା ଶାହାରୁଖ ଖାଁଙ୍କ ଅଭିନୀତ ସିନେମା ‘ଜିରୋ’ ମୁକ୍ତିଲାଭ କରିଥିବା ବେଳେ ଏହା ଏତେଟା ଭଲ ବ୍ୟାବସାୟ କରିପାରି ନଥିଲା। କହିବାକୁ ଗଲେ ଏକ ପ୍ରକାର ଫ୍ଲପ୍‌ ହୋଇଥିଲା ଏହି ଚଳଚ୍ଚିତ୍ର। ତେବେ ଏହାକୁ ନେଇ ଶାହାରୁଖ ଏଥର ବୋଧହୁଏ ଭାବିଚିନ୍ତି ଫିଲ୍ମ କରିବେ ବୋଲି ଅନୁମାନ କରାଯାଉଥିଲା। ଚର୍ଚ୍ଚା ହେଉଥିଲା ଶାହାରୁଖ୍‌ ଜିରୋର ଅସଫଳତା ପରେ ହୁଏତ ଡରି ଯାଇଥିବେ। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ୍‌ ବୋଲି କହିଥିଲେ କିଙ୍ଗ ଖାନ୍‌। ଆସନ୍ତା ଦିନରେ ସେ ପୁଣିଥରେ ଡନ୍‌ ଭୁମିକାରେ ଦେଖାଦେବେ ବୋଲି ଶୁଣିବାକୁ ମିଳିଛି। ଅର୍ଥାତ୍‌ ‘ଡନ୍‌ ୩’ର ସିକ୍ୟୁଏଲରେ ମଧ୍ୟ ଶାହାରୁଖ୍‌ ଆସିପାରନ୍ତି ବୋଲି ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories