www.samajalive.in
Monday, December 8, 2025
27.1 C
Bhubaneswar

ମା’ଲକ୍ଷ୍ମୀଙ୍କ କୃପା ପାଇଁ ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ

ଭଗବାନ ଶ୍ରୀବିଷ୍ଣୁଙ୍କ ପତ୍ନୀ ଦେବୀ ମହାଲକ୍ଷ୍ମୀ ଧନ, ସମ୍ପତ୍ତି , ବୈଭବ ତଥା ସୁଖର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି। ପୌରାଣିକ ମତାନୁସାରେ ଦେବୀ ଲକ୍ଷ୍ମୀଙ୍କ ଜନ୍ମ ସମୁଦ୍ରମନ୍ଥନରୁ ହୋଇଛି। ସମୁଦ୍ର ଠାରୁ ଉତ୍ପନ ସମସ୍ତ ଅମୂଲ୍ୟ ରତ୍ନ ଯେପରି ଶଙ୍ଖ, ମୋତି, କଉଡ଼ି ଆଦିର ଅଧିଷ୍ଠାତ୍ରୀ ଦେବୀ ମା’ ଲକ୍ଷ୍ମୀ ଅଟନ୍ତି। କଉଡ଼ି ଏପରି ଏକ ମୂଲ୍ୟବାନ ସମ୍ପଦ ଯାହା ଧନ ସହ ସମାନ। ତେଣୁ ଏହାକୁ ପୂଜା କକ୍ଷରେ ରଖି ପୂଜା କଲେ ମା’ଙ୍କ କୃପା ପ୍ରାପ୍ତି ହୋଇଥାଏ। ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିମାନେ କି ଉପାୟ କରିବା ଦ୍ୱାରା ମା’ଙ୍କ କୃପା ମିଳିଥାଏ ….
ମେଷ – ଚନ୍ଦନରେ ନିଜ ଆଲମୀରାରେ ‘ଶ୍ରୀ’ ଲେଖନ୍ତୁ।
ବୃଷ – ମା’ଲକ୍ଷ୍ମୀଙ୍କ ନିକଟରେ ଦହି ଓ ଚିନି ଭୋଗ କରି, ସେହି ଭୋଗକୁ ଖାଆନ୍ତୁ।
ମିଥୁନ – ପକ୍ଷୀଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।
କର୍କଟ – ଧଳା ଗାଈଙ୍କୁ ଘାସ ଖାଇବାକୁ ଦିଅନ୍ତୁ।
ସିଂହ – କୌଣସି ଅସହାୟ ଲୋକଙ୍କୁ ରେଶମୀ ପୋଷାକ ଦାନ ଦିଅନ୍ତୁ।
କନ୍ୟା – ଅତର ବ୍ୟବହାର କରନ୍ତୁ।
ତୁଳା – ମୁଲତାନି ମାଟିର ବ୍ୟବହାର କରନ୍ତୁ।
ବିଛା – ଶୋଇବା କକ୍ଷରେ କର୍ପୂର ଜଳାନ୍ତୁ।
ଧନୁ – ସନ୍ଧ୍ୟା ସମୟରେ ତୁଳସୀଙ୍କ ନିକଟରେ ଶୁଦ୍ଧ ଘିଅର ଦୀପ ଲଗାନ୍ତୁ।
ମକର – ନାଭିରେ ଅତର ଲଗାନ୍ତୁ।
କୁମ୍ଭ – ମା’ଲକ୍ଷ୍ମୀଙ୍କ ମନ୍ଦିରରେ ଅଟା ଦାନ କରନ୍ତୁ।
ମୀନ – ଧଳା ଗାଈଙ୍କୁ ମିଠା ଭାତ ଖାଇବାକୁ ଦିଅନ୍ତୁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories