www.samajalive.in
Sunday, December 14, 2025
23.1 C
Bhubaneswar

ମା’ ଧରଣୀ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ; ଚମ୍ପାଦେଇପୁରକୁ ହରାଇ ବାଣୀପଙ୍ଗା ଚମ୍ପିୟାନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ବାତେଲିମା ପଞ୍ଚାୟତ ବୋରିଂପଦର ଖେଳ ପଡ଼ିଆରେ ଚାଲିଥିବା ମା’ ଧରଣୀ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଫାଇନାଲ ମ୍ୟାଚ ସହିତ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ବାଣୀପଙ୍ଗା କ୍ରିକେଟ ଟିମ୍‌ ଚମ୍ପାଦେଇପୁରକୁ ହରାଇ ଚମ୍ପିଆନ ହୋଇଛି। ଚମ୍ପାଦେଇପୁର ଟସ୍ ଜିତି ବାଣୀପଙ୍ଗା ଟିମ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ବାଣୀପଙ୍ଗା ୧୫ ଓଭରରେ ୮ ୱିକେଟ୍ ବିନିମୟରେ ୧୩୦ ରନ୍ କରିଥିଲା। ଜବାବରେ ଚମ୍ପାଦେଇପୁର ଟିମ ୧୨ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୮୪ ରନ୍ କରିପାରିଥିଲା। ଫଳରେ ବାଣୀପଙ୍ଗା ୪୬ ରନରେ ବିଜୟୀ ହୋଇଥିଲା।

ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜଗନ୍ନାଥପୁର ସମିତିସଭ୍ୟ ପ୍ରଦୀପ ମାଝୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ପ୍ରେସ କ୍ଲବର କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ତଥା ଯୁବ ସାମ୍ବାଦିକ ପ୍ରଭୁରଞ୍ଜନ ସାମଲ, ଯୁବ ସମାଜସେବୀ ମୂରଲୀ ନାଏକ, ତରୁଣ କୁମାର ସାମଲ, ଅମିନ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

- Advertisement -

ଭକ୍ତପ୍ରସାଦ ଦୋରା ଓ ବିପ୍ର ହରିଜନ ମ୍ୟାଚ ପରିଚାଳନା କରିଥିଲେ। ସ୍କୋର ବୋର୍ଡ ଦାୟିତ୍ୱରେ ଦାନେ ମାଝୀ ରହିଥିଲେ। ମା’ ଧରଣୀ ଯୁବକ ସଂଘର କର୍ମକର୍ତ୍ତା ଚନ୍ଦ୍ର ମାଝୀ, ଗୌନ୍ତିଆ କୃଷ୍ଣଚନ୍ଦ୍ର ଗଉଡ଼, ଶିବ ମାଝୀ, ଜୟ ମାଝୀ, ଚଇତ ମାଝୀ, କ୍ଷେତ୍ର ମାଝୀ, ନିରଞ୍ଜନ ମାଝୀ, ଆନନ୍ଦ ଗଉଡ଼ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories