www.samajalive.in
Monday, December 8, 2025
24.1 C
Bhubaneswar

ମାଓବାଦୀଙ୍କ ସହିଦ ସପ୍ତାହରେ ଲାଗିଲା ମାଓ ପୋଷ୍ଟର

ମ.ରାମପୁର: ମାଓବାଦୀ ମାନଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରିଛନ୍ତି ଲାଲବାହିନୀ । କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକର ମୋହନଗିରି ପଞ୍ଚାୟତର ମୋହନଗିରି ମେନରୋଡ଼ ହାଟପଡା, ବିଜାମାଲର ହରିଡ଼ାପଡା. ସିଂହପୁର ପଂଚାୟତ କାନ୍ଥ, ରାସ୍ତା କଡ଼ରେ ଥିବା କାନ୍ଥ, ବିଦ୍ୟୁତ ଖୁଣ୍ଟ ଓ ଗଛରେରେ ମାଓ ପୋଷ୍ଟର ଲାଗିଛି । କେକେବିଏନ ଡିଭିଜନାଲ କମିଟି, ଭାଜପା (ମାଓବାଦୀ) ପକ୍ଷରୁ ଲାଗିଥିବା ପୋଷ୍ଟରରେ ଅଗଷ୍ଟ ୧୫କୁ ମିଛ ସ୍ବାଧୀନତା ପର୍ଦ୍ଧାଫାଶ କରନ୍ତୁ, କଳାଦିବସ ଭାବେ ପାଳନ କରନ୍ତୁ ।

ଦେଶର ଲୋକଙ୍କ ଉପରେ ଫାଶୀବାଦୀ ସମାଧାନ ସୈନିକ ଆକ୍ରମଣ କଳା ଆଇନ ବିରୁଦ୍ଧରେ ସଂଘର୍ଷ ତେଜ କରନ୍ତୁ, ଦେଶରେ ଅଘୋଷିତ ଜରୁରୀକାଳୀନ ଯୁଦ୍ଧ ବିରୁଦ୍ଧରେ ସମସ୍ତ ଦେଶପ୍ରେମୀ ଏକାଠି ହୋଇ ସଂଘର୍ଷ କରନ୍ତୁ । ଚାଷୀ ସଂକଟ, ଖାଦ୍ୟାଭାବ, ବେରୋଜଗାର ମହିଳାଙ୍କ ଉପରେ ଅତ୍ୟାଚାର, ଦରଦାମ ବୃଦ୍ଧି ମାନବିକତା ବିରୁଦ୍ଧରେ ପ୍ରକୃତି ଓ ପରିବେଶକୁ ବଞ୍ଚାଇବା ପାଇଁ ଆନ୍ଦୋଳନ ବ୍ୟାପକ କରନ୍ତୁ ବୋଲି ଉଲ୍ଲେଖ ଅଛି । ଏଭଳି ପୋଷ୍ଟର ଦେଖି ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories