BJD Bijuli 480×75 Mob

ସାପ୍ତାହିକ ବଜାରରେ ଭାସିଲା ପନିପରିବା

BJD Bijuli 480×75 Mob

ମ.ରାମପୁର: ଗତ ଦୁଇଦିନ ଧରି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଗତ ରାତିରୁ ଲଗାଣ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର ମ.ରାମପୁର ସାପ୍ତାହିକ ବଜାର ବସିଥିବା ବେଳେ ବର୍ଷା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖାଯାଇଛି। ବର୍ଷା ଯୋଗୁଁ ବଜାର ପଡ଼ିଆରେ ସହର ଓ ବସ୍ ଷ୍ଟାଣ୍ଡର ପାଣି ମାଡ଼ି ଆସିବା ଫଳରେ ପନି ପରିବା ମଧ୍ୟ ଭାସୁଥିବା ଦେଖାଯାଇଥିଲା। ଏହାକୁ ନେଇ ବ୍ୟବସାୟୀ ଓ ଗ୍ରାହକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହାର ପ୍ରତିକାର କରିବା ପାଇଁ ବ୍ୟବସାୟୀମାନେ ଦାବୀ କରିଛନ୍ତି।

Comments are closed.