www.samajalive.in
Monday, December 8, 2025
13.1 C
Bhubaneswar

ପରଦାକୁ ଆସିଲା ‘ଲୁକା ଛୁପି’ : ପ୍ରଥମ ଦିନରେ ଉଲ୍ଲେଖନୀୟ ଆୟର ଆଶା

ମୁମ୍ବଇ : କାର୍ତ୍ତିକ ଆର୍ଯ୍ୟନ୍‍-କୃତି ସାନୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲୁକା ଛୁପି’ ଶୁକ୍ରବାର(୧ ମାର୍ଚ୍ଚ) ମୁକ୍ତିଲାଭ କରିଛି। ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଏକ ରୋମାଣ୍ଟିକ୍‍ କମେଡ଼ି ଡ୍ରାମା ଭିତ୍ତିକ ଚଳଚ୍ଚିତ୍ର। ଟ୍ରେଡ଼ ଏକ୍ସପର୍ଟଙ୍କ କହିବା ଅନୁସାରେ, ଚଳଚ୍ଚିତ୍ର ପ୍ରଥମ ଦିନରେ ୬-୮ କୋଟି ଟଙ୍କା ଆୟ କରିପାରେ।

କାର୍ତ୍ତିକ ଓ କୃତିଙ୍କ ବ୍ୟତୀତ ଏଥିରେ ପଙ୍କଜ ତ୍ରିପାଠୀ, ଅପାରଶକ୍ତି ଖୁରାନା ଓ ବିନୟ ପାଠକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରକୁ ୩୦୦୦ ପରଦାରେ ମୁକ୍ତିଲାଭ କରାଯାଇଛି ଓ ଏହାର ବଜେଟ୍‍ ପ୍ରାୟ ୨୦ କୋଟି ରହିଛି। ଏହାକୁ ଲୋକଙ୍କର ଭଲ ପ୍ରତିକ୍ରିୟା ମିଳୁଥିବା ଯୋଗୁଁ ବକ୍ସ ଅଫିସରେ ଉଲ୍ଲେଖନୀୟ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories