www.samajalive.in
Tuesday, December 9, 2025
26.1 C
Bhubaneswar

ମୋଦୀଙ୍କୁ ପ୍ରଶ୍ନ କଲେ ଚନ୍ଦ୍ରବାବୁ; କହିଲେ ଖାଲି ହାତରେ ଆନ୍ଧ୍ର ଆସୁଛନ୍ତି, ଲଜ୍ଜା ଲାଗୁନି ?

ଆନ୍ଧ୍ରପ୍ରଦେଶ: ଏକ ନୂଆ ଢଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି ତେଲୁଗୁ ଦେଶମ ପାର୍ଟି(ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ମୋଦୀଙ୍କୁ ଏକ ଚିଠି ଲେଖି  ଚନ୍ଦ୍ରବାବୁ କହିଛନ୍ତି, ଆନ୍ଧ୍ରର ଅନେକ ସମସ୍ୟା ସମାଧାନ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୫ବର୍ଷ ପୂରଣ ହେବାକୁ ବସିଛି। କିନ୍ତୁ ଗୋଟିଏ ହେଲେ ସମସ୍ୟାର ସମାଧାନ ହୋଇନାହିଁ। ଆପଣ ପ୍ରତିଥର ଖାଲି ହାତରେ ଆନ୍ଧ୍ରପ୍ରଦେଶ ଆସୁଛନ୍ତି। ଆପଣଙ୍କୁ କ’ଣ ଲଜ୍ଜା ଲାଗୁନାହିଁ ବୋଲି ଚନ୍ଦ୍ରବାବୁ ଚିଠିରେ ପ୍ରଶ୍ନ କରିଛନ୍ତି। ମୋଦୀ ଆଜି ବିଶାଖାପାଟଣା ଗସ୍ତ କରିବା ପୂର୍ବରୁ ଚନ୍ଦ୍ରବାବୁଙ୍କ ଏଭଳି ଚିଠି ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।

ଚନ୍ଦ୍ରବାବୁ ଚିଠିରେ ମୋଦୀଙ୍କୁ କହିଛନ୍ତି ଯେ, ୫୯ ମାସ ହେଲାଣି ଆନ୍ଧ୍ରପ୍ରଦେଶ ବିଭାଜନ ଅଧିନିୟମ ଲାଗୁ ହେଲାଣି। ୫୭ ମାସ ହେଲାଣି ଆପଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେଲେଣି। କିନ୍ତୁ ବିଭାଜନ ସମୟରେ କେନ୍ଦ୍ର ଦେଇଥିବା ପ୍ରତିଶ୍ରୁତିଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ପୂରଣ ହୋଇନାହିଁ। ମୁଁ ବ୍ୟକ୍ତିଗତ ଭାବେ ୨୯ ଥର ଦିଲ୍ଲୀ ଯାଇଛି ଏବଂ ଏ ସମ୍ପର୍କରେ ନିବେଦନ କରିଛି। କିନ୍ତୁ କୌଣସି ସୁଫଳ ମିଳିନାହିଁ। ରାଜ୍ୟବାସୀଙ୍କୁ ଆପଣ ପ୍ରତାରଣା ଦେଇଛନ୍ତି, ଯେଉଁଥିପାଇଁ ସେମାନେ ଉତ୍ତେଜିତ ଅବସ୍ଥାରେ ରହିଛନ୍ତି। ବିଗତ ୫ବର୍ଷ ମଧ୍ୟରେ ରାଜ୍ୟବାସୀଙ୍କ ପ୍ରତି ଅନ୍ୟାୟ କରାଯିବା ସହ ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଛି। ତେଣୁ ଆପଣ ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ଖାଲି ହାତରେ ଆସୁଥିବାରୁ ଏଥିପାଇଁ ଲଜ୍ଜିତ ଅନୁଭବ କରୁନାହାନ୍ତି କି ବୋଲି ଚନ୍ଦ୍ରବାବୁ ପ୍ରଶ୍ନ କରିଛନ୍ତି। ଆପଣଙ୍କ ଗସ୍ତ ସମୟରେ ଆପଣ ରାଜ୍ୟର ୫ କୋଟି ଜନତାଙ୍କୁ ଏହାର ଉତ୍ତର ଦେବାକୁ ମୁଁ ଦାବି କରୁଛି ବୋଲି ଚନ୍ଦ୍ରବାବୁ କହିଛନ୍ତି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories